ପ୍ରଗତି ହାୟର ସେକେଣ୍ଡାରୀ ସ୍କୁଲରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ସହର ସ୍ଥିତ ପ୍ରଗତି ହାୟର ସେକେଣ୍ଡାରୀ ସ୍କୁଲରେ  ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ- ଆଘାଜ-୨୦୨୪ ପାଳିତ ହୋଇଯାଇଛି । +୨ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଅଧ୍ୟକ୍ଷ ଶେଷଦେବ ମୁଣ୍ଡ  ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଗତି  ଅନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ଉପାଧ୍ୟକ୍ଷ ଅଶୋକ କୁମାର ସାହୁ, ମୁଖ୍ୟ ଶିକ୍ଷା ସଂଯୋଜକ ଅଞ୍ଜନ କୁମାର ରଣା, ଶଶୀଭୂଷଣ ଦାସ, ବିନୋଦ ବିହାରୀ ପ୍ରଧାନ, ଅମ୍ଳାନ ପ୍ରସାଦ ଅଗସ୍ତି, ନିକିତା ମେହେର, ହେମନ୍ତ ବାଗ, ଜୟ ପ୍ରକାଶ ଖୁରା, ବସନ୍ତ କାଳସାଇ, ଶୁଭେନ୍ଦୁ ସାହୁ, ବାବୁଲା ମେହେର, ସସ୍ମିତା ସାହୁ, ଗୌତମ ଟୋଲଟିଆ, ପ୍ରଫୁଲ୍ଲ ନାଏକ, ଗିରିଶ ଚନ୍ଦ୍ର ଭୋଇ, ପ୍ରିୟଙ୍କା ପ୍ରଧାନ, ଅଭିଷେକ ପଟ୍ଟନାୟକ, ଇପ୍ସିତା ସ୍ୱାଇଁ, ଏକସିତା ପଟ୍ଟଯୋଶୀ, ଅବନୀ କୁମାର ଦାସ, ଜିତେନ୍ଦ୍ର ନାଏକ, ଶୁକଦେଵ ସାହୁ, ଶିବାଙ୍ଗୀ ପଣ୍ଡା, ନିର୍ମଳ ମହାନ୍ତି, ଆଇଭି ଆନି ଫିଲିପ, ନମ୍ରତା ପଟ୍ଟନାୟକ, ଗୁଲାମ ଘୋଷ ପ୍ରମୂଖ ଉପସ୍ଥିତ ଥିଲେ ।

ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଣ ଶୈକ୍ଷିକ କର୍ମଚାରୀ ତଥା ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପନ ହୋଇଥିଲା ।  କାର୍ଯ୍ୟକ୍ରମର ଆରମ୍ଭରେ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ହେବା ପରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ଉପହାର ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ରେମ୍ପ ଶୋ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଉକ୍ତ କାର୍ଯ୍ୟକ୍ରମଟିରେ  ଅଧ୍ୟାପକ ବିଦ୍ୟା ସାଗର ମୁଣ୍ଡ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.