କେନ୍ଦୁଝରର ଜମ୍ଭରା ଗ୍ରାମରେ ପବିତ୍ର ବାହୁଡା ଯାତ୍ରା

ହାଟଡିହି,୧୩/୭-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଆଧ୍ୟାତ୍ମିକ ମନ୍ଦିରମାଳିନୀ ଜମ୍ଭରା ଗ୍ରାମରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି। ଗ୍ରାମର କୀର୍ତ୍ତନ ମଣ୍ଡଳୀ ଓ ଆଞ୍ଚଳିକ ସଂଗୀତଜ୍ଞଙ୍କ ଭକ୍ତି କୀର୍ତ୍ତନର ତାଳେ ତାଳେ ଭକ୍ତ ଭକ୍ତାଙ୍କ ଘଣ୍ଟ,ଘଣ୍ଟା,ତାଳ ହୁଳହୁଳି ଓ ଶଙ୍ଖନାଦ ଓ ଜୟ ଜଗନ୍ନାଥ ଧ୍ଵନିରେ ଉତ୍ଫୁଲ୍ଲିତ ତିନି ଠାକୁର ଆରମ୍ଭ କରିଥିଲେ ମାଉସୀ ଘରୁ ଶ୍ରୀମନ୍ଦିରକୁ ପବିତ୍ର ବାହୁଡା ଯାତ୍ରା । ଶ୍ରୀଜଗନ୍ନାଥ ସେବା ଟ୍ରଷ୍ଟ ଜମ୍ଭରାର ମୁଖ୍ୟ ପରିଚାଳକ ବିଜୟ କୁମାର ମଲ୍ଲିକଙ୍କ ଛେରାପହଁରା ଓ ରଥରେ ଉପବେଶନ ସଂଗେ ସଂଗେ ପୂଜାର୍ଚ୍ଚନାର ବ୍ରତୀ ହୋଇଥିବା ପଣ୍ଡିତ ଓମ ପ୍ରକାଶ ମିଶ୍ର,ଜଗବନ୍ଧୁ ପଣ୍ଡା, ରଞ୍ଜନ ପଣ୍ଡା ଓ ପଣ୍ଡିତ ଉପେନ୍ଦ୍ର ପଣ୍ଡା ସଭିଙ୍କର ଶୁଭ ମନାସିଥିଲେ । ଶିକ୍ଷକ ଗୌରବ ତଥା କବିବର ନାରାୟଣ ଚନ୍ଦ୍ର ସେନାପତିଙ୍କ ନେତୃତ୍ୱରେ ବିଜୟ ନାୟକ,ନଳିନୀ ମହାନ୍ତି,ଅମୁଲ୍ୟ ହାତୀ,ସୁଶାନ୍ତ ଜେନା,ଦୁର୍ଯ୍ୟୋଧନ ସେଠୀ,ରାମଚନ୍ଦ୍ର ମୁଦୁଲି,ସୁରେନ୍ଦ୍ର ମୁଦୁଲି,ଅଧ୍ୟାପକ ଅନାଥ ଚରଣ ସେଠୀ,ସୁଶାନ୍ତ ମହାନ୍ତି,ପଞ୍ଚାନନ ମହାନ୍ତି,ଜଗନ୍ନାଥ ସେନାପତି,ସମାଜସେବୀ ବାବାଜୀ ସ୍ୱାଇଁ,ଶୁଭେଛୁ ଧବଳି ସା, ଯୁବ ପ୍ରତିଭା ଶେଷଦେଵ ମହାନ୍ତି,ଆନନ୍ଦ ସେଠୀ ଓ ଆନ୍ଦିଆ ସେଠୀ ରଥ ଟଣା କାର୍ଯ୍ୟ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଆବାଳ ବୃଦ୍ଧ ବନିତା ଯୋଗଦେଇଥିବା ବେଳେ ଆଦର୍ଶ ଶିକ୍ଷକ ମଦନ ମୋହନ ନାୟକ,ଭୁତତ୍ତ୍ୱବିତ ପ୍ରଦୀପ କୁମାର ମଲ୍ଲିକ,ଅବସରପ୍ରାପ୍ତ ଏବିଇଓ ନୃସିଂହ ଚରଣ ସେନାପତି, କାଳନ୍ଦୀ ନାୟକ,ଭଗବାନ ହାତୀ,ପୁରସ୍ତମ ମହାନ୍ତି,ଅକ୍ଷୟ ମଲ୍ଲିକ,କୃଷ୍ଣଚନ୍ଦ୍ର ମହାନ୍ତି,ଶିକ୍ଷାବିତ ଗୋକୁଳି ଚନ୍ଦ୍ର ଜେନା,ସମାଜସେବୀ ବାବୁ ବିଶ୍ୱାଳ,ସ୍ମିତ ରଞ୍ଜନ ସେନାପତି,ରଞ୍ଜନ ମହାପାତ୍ର,ଶିଳ୍ପପତି ନିରଞ୍ଜନ ମଲ୍ଲିକ,ଅନ୍ତର୍ଯ୍ୟାମୀ ରାଉତ,ସୁଦର୍ଶନ ମଲ୍ଲିକ,ଗୌରାଙ୍ଗ ସା,ଧ୍ରୁବାନନ୍ଦ ରାଉଳ ଓ ଶିକ୍ଷାବିତ ଚକ୍ରଧର ଖଟୁଆ ଆଦି ଶୁଭେଛୁ ଗଣ ଉପସ୍ଥିତ ରହି ସଂସଦର କର୍ମକାର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ସର୍ବଶେଷରେ ସମସ୍ତ ଭକ୍ତ ଭକ୍ତା ଗଣ ପ୍ରସାଦ ସେବନ କରିଥିବା ବେଳେ କୋଦଣ୍ଡଧର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଆଞ୍ଚଳିକ କଳାକାରଙ୍କୁ ନେଇ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇ ରାତି ଏଗାରଟା ବେଳେ ସମାପନ ହୋଇଥିଲା।

ନ୍ୟୁଜ୍ ଓ ଭିଉଜ୍ ଏଲର୍ଟ ପାଆନ୍ତୁ ହ୍ଵାଟ୍ସଆପରେ, ଏଠି କ୍ଲିକ୍ କରି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.