ଖଡ଼ିଆଳ କଲେଜରେ ବୋର୍ଡ଼ ଅଫ୍ ଷ୍ଟଡି ବୈଠକ 

ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ଖଡ଼ିଆଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବୋର୍ଡ ଅଫ୍ ଷ୍ଟଡି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ଉକ୍ତ ବୈଠକରେ, ଭାରପ୍ରାପ୍ତ ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଶୈକ୍ଷିକ ଅଧିକାରୀ ଡ. ରଣବୀର ସିଂହ ଏବଂ ପ୍ରଶାସନିକ ଅଧିକାରୀ ଅଧ୍ୟାପକ ସୁନୀଲ କୁମାର ପାଢ଼ୀ ମଞ୍ଚାସୀନ ଥିବାବେଳେ, ନୂତନ ପାଠ୍ୟ ଖସଡ଼ା ବିଷୟରେ ମତବ୍ୟକ୍ତ କରିଥିଲେ। ଉକ୍ତ ବୈଠକରେ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଭି.ସି. ନୋମିନି ଏବଂ ସ୍ଵୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ତରୁଣ କୁମାର ପ୍ରଧାନଙ୍କ ସମେତ ସମସ୍ତ ବିଭାଗର ମୁଖ୍ୟ ତଥା ଆଲୁମିନି କର୍ମକର୍ତ୍ତା ଯୋଗଦାନ କରିଥିଲେ। ମହାବିଦ୍ୟାଳୟର ୧୮ଟି ବିଭାଗରେ ନୂଆ ଶିକ୍ଷା ନିତୀ ଅନୁଯାୟୀ ବାର୍ଷିକ ପାଠ୍ୟ ଖସଡ଼ା, ବିଭିନ୍ନ ବିଷୟକ ପେପରର ସଂଯୋଗ କରାଯାଇଥିଲା। କାର୍ଯ୍ୟକ୍ରମରେ ସର୍ବମୋଟ ୯୭ ଜଣ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ସହ ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ରାଜ କୁମାର ରତେ ଧନ୍ୟବାଦ୍ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.