ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ଶ୍ରୀ ଜଗଦାନନ୍ଦଜୀ 

ପ୍ରାକୃତିକ ସୁରକ୍ଷା ନିମନ୍ତେ ପାରମ୍ପରିକ ସଂରକ୍ଷଣ ପଦ୍ଧତି ଅବଲମ୍ବନ କରିବାକୁ ହେବ -ଶ୍ରୀ ଜଗଦାନନ୍ଦଜୀ

ଓଡ଼ିଆ ବାର୍ତ୍ତା/ ଜୟପୁର: ପ୍ରାକୃତିକ ଐତିହ୍ୟର ସୁରକ୍ଷା ହେଉଛି ଗୁରୁତ୍ଵପୂର୍ଣ୍ଣ ମାନବୀୟ ଦାୟିତ୍ଵ। ବର୍ତ୍ତମାନ ପରିସ୍ଥିତିରେ ପ୍ରକୃତିକ ଐତିହ୍ୟର ସୁରକ୍ଷା ଦିଗରେ ଅନ୍ତରାୟ ସୃଷ୍ଟି କରୁଛି ଜଳବାୟୁ ପରିବର୍ତ୍ତନ। ଯାହାଦ୍ବାରା ମାନବ ସହିତ ବନ୍ୟପ୍ରାଣୀ ତଥା ଜୀବଜନ୍ତୁ ଓ ଉଦ୍ଭିଦ ପ୍ରଭାବିତ ହେଉଛନ୍ତି। ସେଥିପାଇଁ ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘର ପରିଚାଳକ ଜଗଦାନନ୍ଦଜୀ (ଶ୍ରୀ ଜଗଦୀଶ କୁମାର ମିଶ୍ର) ପ୍ରାକୃତିକ ଐତିହ୍ୟର ସୁରକ୍ଷା ନିମନ୍ତେ ପାରମ୍ପରିକ ସଂରକ୍ଷଣ ପଦ୍ଧତି ଉପରେ କାର୍ଯ୍ୟରତ ଅଛନ୍ତି। ଆଧ୍ୟାତ୍ମିକତା ସହ ପ୍ରକୃତି ସଂରକ୍ଷଣ ନିମନ୍ତେ ନିଜେ ହଜାର ହଜାର ବୃକ୍ଷ ରୋପଣ କରିବା ସହିତ ଅନ୍ୟ ମାନଙ୍କର ପ୍ରେରଣାର ସୁତ୍ରଧର ହେଇଛନ୍ତି। ସେଥିପାଇଁ ତାଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରିଛନ୍ତି ଅତିଥି ଗଣ। କୋରାପୁଟ ଜିଲ୍ଲା ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ କକ୍ଷରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ସାଂସଦ ସପ୍ତଗିରି ଉଲ୍ଲାକା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, କୋରାପୁଟ ବିଧାୟକ ରଘୁନାଥ ମାଛ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, ବନଖଣ୍ଡ ଅଧିକାରୀ କେଭି ଭାସ୍କର ରାଓ ମଞ୍ଚାସୀନ ଥିଲେ। ଏସିଏଫ ସୁଭଦର୍ଶିନୀ ମହାନ୍ତି ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏହି ଖବର ପ୍ରସାରିତ ହେବାପରେ କାଳୀକୃଷ୍ଣରେ ଆନନ୍ଦର ବାତାବରଣ ଖେଳିଯାଇଛି। ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀଙ୍କୁ ବିଭିନ୍ନ ମହଲରୁ କୃତଜ୍ଞତା ଜ୍ଞାପନ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.