ନିଆଁ ଲାଗି ନର୍ଲାରୋଡର ପୁରୁଷୋତ୍ତମ ଟେଲର ଦୋକାନ ଭସ୍ମୀଭୂତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡ଼ା ଗ୍ରାମ ପଞ୍ଚାୟତର ନର୍ଲାରୋଡ ଷ୍ଟେସନ ଛକ ବୁଦ୍ଧିଆ କମ୍ପ୍ଲେକ୍ସ ରେ ରହିଥିବା ସନ୍ତୋଷ ଥପା ଙ୍କ ପୁରୁଷୋତ୍ତମ ଦରଜୀ ଦୋକାନ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଭସ୍ମୀଭୂତ ହୋଇଯାଇଥିବା ଜଣାପଡ଼ିଛି।

ଦୋକାନ ମାଲିକ ସନ୍ତୋଷ ମଧ୍ୟାହ୍ନ ଗୋଟାଏ ସମୟରେ ଦୋକାନ ବନ୍ଦ କରି ତାଙ୍କ ଘରକୁ ଖାଇବା ପାଇଁ ଯାଇଥିବା ବେଳେ ଏ ଅଘଟଣ ଘଟିଛି। ରାଧାକୃଷ୍ଣ ମନ୍ଦିର ପରିସରରେ ଚାଲିଥିବା ଅଗ୍ରୱାଲ ପରିବାର ଭୋଜି ଖାଇ ଫେରୁଥିବା କିଛି ସ୍ଥାନୀୟ ଲୋକେ ବନ୍ଦ ଥିବା ଦୋକାନ ଭିତରୁ ଧୁଆଁ ବାହାରୁଥିବା ଦେଖି ଦୋକାନ ମାଲିକ ଏଵଂ ନର୍ଲା ଦମକଳ ବାହିନୀ କୁ ଫୋନ କରିଥିଲେ।

ଦୋକାନ ମାଲିକ ସନ୍ତୋଷ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ହେଲେ ସେତେବେଳକୁ ଦୋକାନ ଭିତରେ ରହିଥିବା ସିଲେଇ ମେସିନ, କପଡା, ସିଲେଇ ହୋଇଥିବା ଡ୍ରେସ୍ ଓ କାଠରେ ତିଆରି ରେକ ସବୁ ପୋଡି ପାଉଁଶ ହୋଇଯାଇଥିଲା। ଦୋକାନୀ ଜଣକ ଗରୀବ ପିଲା ହୋଇଥିବା ବେଳେ ସେ ଋଣ ବାଡି କରି ଦୋକାନ ଖୋଲିଥିଲେ।

ଅଗ୍ନି ବିତ୍ପାତ ଯୋଗୁଁ ତାଙ୍କ ଦୋକାନ ର ବ୍ୟାପକ କ୍ଷତି ହୋଇଯାଉଛି। ସନ୍ତୋଷ ସର୍ବସ୍ବାନ୍ତ ହୋଇ ପଡିଛନ୍ତି। ସରକାରଙ୍କ ତରଫରୁ ତାଙ୍କୁ ସହାୟତା ପ୍ରଦାନ କରାଯାଉ ବୋଲି ସାଧାରଣରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.