ଓଡେଶା ଭବନରେ ପାଳିତ ହେଲା ବାୟୁସେନା ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଓଡେଶା ଭବନରେ ଏୟାରଫୋର୍ସ ଆସୋସିଏସନ ପକ୍ଷରୁ ୮୩ତମ ବାୟୁସେନା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ମୁରଲୀଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସହିତ ଦେଶର ସୁରକ୍ଷାରେ ବାୟୁସେନାର ଗୁରୁତ୍ବ ଏବଂ କାର୍ଯ୍ୟଶୈଳୀ ସମ୍ପର୍କରେ ଆଲୋଚନା କରିଥିଲେ । ଆସୋସିଏସନର ସଭାପତି ଶିବଦାସ କୁଣ୍ଡୁ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ବାୟୁସେନାରୁ ଅବସର ନେବା ପରେ କର୍ମଚାରୀମାନେ ସ୍ଥାନୀୟ ଆସୋସିଏସନ ସ‌ହ ଜଡ଼ିତ ହେବା ନେଇ ସ୍ବୟଂ ବ୍ୟବସ୍ଥା ଅନୁଯାୟୀ ସମ୍ପ୍ରତି ବାଲେଶ୍ଵରରେ ୨ ଶହରୁ ଉର୍ଦ୍ଧ୍ଵ ସଦସ୍ୟ ସକ୍ରିୟ ଥିବା ସେ ସୂଚନା ଦେଇଥିଲେ | ସଂଗଠନର ସମ୍ପାଦକ ମହେଶ୍ବର ବେହେରା ଏଥିରେ ମଞ୍ଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ସାଂଗଠନିକ ସମ୍ପାଦକ ଅଭୟ କୁମାର ପାଣି, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ସହ କୋଷାଧ୍ୟକ୍ଷ କୃଷ୍ଣବନ୍ଧୁ ମିଶ୍ର ପ୍ରମୁଖ ଏଥିରେ ଉପସ୍ଥିତ ରହି ବାୟୁସେନାରେ ନିଜର ସେବା ପ୍ରଦାନ ଜନିତ ଅଭିଜ୍ଞତା ଓ ଅବସରକାଳୀନ କାର୍ଯ୍ୟଶୈଳୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ |

Omkar Vasthu
Omkar Vasthu

ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ମହାନ୍ତି, ସୁନନ୍ଦ କୁମାର ପଣ୍ଡା, ଦେବେନ୍ଦ୍ର ସ୍ବାଇଁ, ବୈଦ୍ୟନାଥ ପଣ୍ଡା, ରାଜକିଶୋର ଜେନା, ବିଷ୍ଣୁଚରଣ ମହାପାତ୍ର, ଅଶୋକ କୁମାର ଦାସ, ଏବିଡିଓ ଅଶୋକ କୁମାର ଦାସ, ମନୋଜ କୁମାର ମହନ୍ତ, ଅଭୟ କୁମାର ଜେନା, ରଘୁନାଥ ପଣ୍ଡା, ବଂଶୀଧର ସାହୁ, କୃଷ୍ଣବନ୍ଧୁ ମିଶ୍ର, ବିରେନ୍ଦ୍ର କୁମାର ବେହେରା, ସୁଜୟ ଦାସ, ନିରଞ୍ଜନ ସାମନ୍ତରାୟ, ନୀଳକଣ୍ଠ ବେହେରା, ପ୍ରମୋଦ କୁମାର ଜେନା, ରସାନନ୍ଦ ବେହେରା, ଦୁର୍ଗାପଦ ଭୂୟାଁ, ଆଲୋକ ନନ୍ଦ ସ୍ବାଇଁ, ଶ୍ରୀନିବାସ ମିଶ୍ର, ପ୍ରଣୟାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.