ପୂର୍ବ ରେଳୱେ ମହାପ୍ରବନ୍ଧକ ଭୁବନେଶ୍ୱରଙ୍କୁ ସାକ୍ଷାତ କଲେ ଡ଼. ଭବାନୀ ଶଙ୍କର ନିଆଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଇଷ୍ଟକୋଷ୍ଟ ରେଲୱେ ଜିଏମ ପରମେଶ୍ୱର ଫଙ୍କୱାଲଙ୍କୁ କଳାହାଣ୍ଡି ରେଳଯାତ୍ରୀ ସଂଘର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲ ସାକ୍ଷାତ କରି କଳାହାଣ୍ଡି ଓ ନୂଆପଡା ରେଳଷ୍ଟେସନର ବିଭିନ୍ନ ସମସ୍ୟା ଉପରେ ବିଶେଷ ଆଲୋଚନା କରିଥିଲେ । ତନମଧ୍ୟରୁ ଜୁନାଗଡ଼ ଭୁବନେଶ୍ୱର ରେଳକୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ, ନର୍ଲା ଜମି ସମ୍ବନ୍ଧିତ ସମସ୍ୟାକୁ ସମାଧାନ କରି ନର୍ଲା ଲୋକମୋଟିଭ ପ୍ରୋଜେକ୍ଟକୁ ଅତିଶୀଘ୍ର ଆରମ୍ଭ କରିବା, କେସିଙ୍ଗା ଷ୍ଟେସନରେ ଉଭୟ ଏକ୍ସପ୍ରେସ ଏବଂ ପାସିଞ୍ଜର ଟ୍ରେନ୍ରରେ ଅନଲୋଡିଂ ସୁବିଧା, କେସିଙ୍ଗା ଠାରୁ ଭୁବନେଶ୍ୱରକୁ ସିଧାସଳଖ ଟ୍ରେନ୍, ସପ୍ତାହରେ ୩ ଦିନ କେସିଙ୍ଗା ସମସ୍ତ ଡାଉନ୍ ଟ୍ରେନ୍ ୪ନଂ ପ୍ଲାଟଫର୍ମରେ ଦେବା, ଟ୍ରେନ୍ ଆସିବା ପୂର୍ବରୁ ଘୋଷଣା କରିବା ଜରୁରୀ, ରେଳ ଟିକେଟ୍ କୋଟା ଅନ୍ତର୍ଗତ କେସିଙ୍ଗା ଷ୍ଟେସନକୁ ମଧ୍ୟ ଅନ୍ତର୍ଭୁକ୍ତ କରିବା, ରାୟଗଡରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ଏକ ଟ୍ରେନ୍ ଯାହା ପୁରୀ ଦୁର୍ଗ ଟ୍ରେନ୍ ଧରିବାରେ ସାହାଯ୍ୟ କରିବ, କେସିଙ୍ଗାକୁ ଇସ୍ପାଟ ଏକ୍ସପ୍ରେସର ବିସ୍ତାର, ନର୍ଲା, ରୁପ୍ରା ରୋଡ୍, ଲାଞ୍ଜିଗଡ ରୋଡ୍, ଜୁନାଗଡ, ଧର୍ମଗଡ଼, ରାମଚନ୍ଦ୍ରପୁର, ଦେପୁରରର ବିଭିନ୍ନ ଦାବୀ, ନର୍ଲାରୋଡ଼ ଷ୍ଟେସନରେ ସମତା,ତିରୁପତି ଓ ଧାନବାଦ ଏକ୍ସପ୍ରେସ ଟ୍ରେନ ରହଣି, ଭବାନୀପାଟଣା ପାଖ କୁଟୁରୁଖମାର ନୂଆ ହସ୍ପିଟାଲ ପାଖରେ ଏକ ଅଣ୍ଡର ବ୍ରିଜ ନିର୍ମାଣ ଏବଂ ଭବାନୀପାଟଣା ଓ ଜୁନାଗଡ଼ ରେଲୱେ ଷ୍ଟେସନରେ ଦ୍ଵିତୀୟ ନଂ ପ୍ଲାଟଫର୍ମ ନିର୍ମାଣ ପ୍ରମୁଖ ଦାବୀ ଉପରେ ବିଶେଷ ଚର୍ଚ୍ଚା କରିଥିଲେ ।

Omkar Vasthu
Omkar Vasthu

ଭବାନୀପାଟଣାରେ ରେଳୱେ କାଉଣ୍ଟର ଅଛି, ଦୁଇଟି ରେଳୱେ କାଉଣ୍ଟର ମଧ୍ୟରୁ ଗୋଟିଏ ସକାଳ ୮ରୁ ୨ଟା ପର୍ଯ୍ୟନ୍ତ ଏବଂ ଅନ୍ୟ ରେଳୱେ କାଉଣ୍ଟରକୁ ଅପରାହ୍ନ ୪ ଟା ରୁ ରାତି ୯ ଟା ପର୍ଯ୍ୟନ୍ତ ପ୍ରତିଦିନ ଖୋଳାଯାଉ ଏସବୁ ଦାବି ରହିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.