ବିଶ୍ଵନାଥପୁର ଦୁର୍ଗାପୂଜାରେ ଉଦଯାପିତ ହେଲା ‘ନାଚ୍ ବିଶ୍ଵନାଥପୁର ନାଚ୍’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ତଥା ଆଖପାଖ ଅଞ୍ଚଳରେ ମହାସମାରୋହରେ ବିଭିନ୍ନ ଶକ୍ତିପୀଠ ଓ ମଣ୍ଡପରେ ଜଗତଜନନୀ ମାଁ ଦୁର୍ଗାଙ୍କ ପୂଜା ପାଳିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକରେ ରହିଥିବା ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା ରୀତିନୀତି ଅନୁଯାୟୀ ଚାଲିଥିବା ବେଳେ ବିଭିନ୍ନ ମଣ୍ଡପରେ ମଧ୍ୟ ମା’ଙ୍କ ପୁଜାର୍ଚନା କରାଯାଇଥିଲା।

Omkar Vasthu
Omkar Vasthu

 

ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼, ଲାଞ୍ଜିଗଡ଼ରୋଡ଼, ବିଶ୍ଵନାଥପୁର, ପୋଖରୀବନ୍ଧ, ରାମଚନ୍ଦ୍ରପୁର ସାର୍ବଜନୀନ ଦୁର୍ଗାପୂଜା କମିଟି ଦ୍ୱାରା ମହାସମାରୋହରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପ୍ରତିଷ୍ଠା କରାଯାଇ ପୂଜା ଅନୁଷ୍ଠିତ ହେଉଛି। ଏହିସବୁ ପୂଜାମଣ୍ଡପ ଓ ଶକ୍ତି ପୀଠରେ ସୁଉଚ୍ଚ ତୋରଣ ସାଙ୍ଗକୁ ଆକର୍ଷଣୀୟ ଆଲୋକ ମାଳାରେ ସଜ୍ଜିତ କରାଯାଇଛି। ବିଭିନ୍ନ ପୂଜା ମଣ୍ଡପରେ ଦିନରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ରହିଥିବା ସହ ସନ୍ଧ୍ୟାରେ ଖିରି,ମିଠା ଆଦି ଭୋଗର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା ଆଳତି ସମୟରେ ବିଶ୍ଵନାଥପୁର ଠାରେ ବେସ ଜନସମାଗମ ଦେଖିବାକୁ ମିଳୁଥିବା ବେଳେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ତେବେ ଏହି ଅବସରରେ ଶନିବାର ରାତିରେ ନୃତ୍ୟ ପ୍ରତିଯୋଗିତା ‘ନାଚ୍ ବିଶ୍ଵନାଥପୁର ନାଚ୍’ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ବିଶ୍ଵନାଥପୁର ସାର୍ବଜନୀନ ଦୁର୍ଗାପୂଜା କମିଟି ସଭାପତି ମନୋରଂଜନ ବିଶିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦିଶ ବେନିଆ, ଲାଞ୍ଜିଗଡ଼ ପିଇଡବ୍ଲୁମିଡିଆ ଏସୋସିଏସନ ସଭାପତି ନିଲେଶ କୁମାର ନାଗ, ଲାଞ୍ଜିଗଡ଼ ପ୍ରେସ କ୍ଲବ ସଦସ୍ୟ ଧର୍ମେନ୍ଦ୍ର ପଣ୍ଡା, ଦୁର୍ଗାପୂଜା କମିଟି ଉପଦେଷ୍ଟା ତ୍ରିଲୋଚନ ସେଠୀ,କୋଷାଧ୍ୟକ୍ଷ ଧବଳେଶ୍ଵର ଠେଲା, ସହ ସମ୍ପାଦକ ବିରଞ୍ଚି ପ୍ରଧାନୀ ପ୍ରମୁଖ ଯୋଗଦେଇ ଥିଲେ। ତେବେ ପ୍ରବଳ ଜନସମାଗମ ବ୍ୟବସ୍ଥାକୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା କଡାକଡି ପଦକ୍ଷେପ ନିଆଯାଇଛି।

ଏଥିରେ ଜେଜେ ଗ୍ରୁପ, ଡିଜେ ଗ୍ରୁପ ଓ ବଣିକ ସଂଘର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରୁଥିବା ବେଳେ ଦୁର୍ଗାପୂଜା କମିଟିର କାର୍ଯ୍ୟକାରୀ ସଭାପତି ଗଣେଶ ବେହେରା, ଉପସଭାପତି ସୈାମ୍ୟରଞ୍ଜନ କର, ସମ୍ପାଦକ ଅଚ୍ୟୁତାନନ୍ଦ ଘଡ଼େଇ,ଯୁଗ୍ମ ସମ୍ପାଦକ ସୁବାଷ ନାଏକ, ସାଂସ୍କୃତିକ ସମ୍ପାଦକ ନିର ରାଉତ,ଯୁଗ୍ମ ସମ୍ପାଦକ ଆକାଶ ସାହୁ, ରିଙ୍କୁ ପ୍ରଧାନୀ, ଉପଦେଷ୍ଟା ରଘୁବିର ନାଗ, ବଳରାମ ବେହେରା, ତ୍ରିଲୋଚନ ସେଠୀ,ତରୁଣ କୁମାର ଦାସ, ବୈଶାଖୁ ନାଏକ ବନ ଦଳେଇ, କିଶୋର ହରପାଳ, ଗୈାତମ ଦଣ୍ଡସେନା, ଆନନ୍ଦ ସାହୁ, ପ୍ରମୋଦ କୁମାର ଗୋୟଲ ପ୍ରମୁଖ ଉପସ୍ଥିତ ରହୁଛନ୍ତି। ତେବେ ଆଜି ରବିବାର ଶେଷ ରଜନୀରେ ଲବଲି ଗୁଡିଆ ମେଲୋଡି କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.