ଶେଷ ହେଲା ପୋଖରୀବନ୍ଧ ଶାରଦୀୟ ଦୁର୍ଗାପୂଜା: ପୁଣି ଆର ବର୍ଷକୁ ଅପେକ୍ଷା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶେଷ ହେଲା ପୋଖରୀବନ୍ଧ ଶାରଦୀୟ ଦୁର୍ଗାପୂଜା, ପାପର ବିନାଶ ଘଟିଛି ସତ୍ୟର ବିଜୟ ହୋଇଛି। ଧରାପୃଷ୍ଟରେ ମାଆ ଭକ୍ତଙ୍କୁ ଦର୍ଶନ ଦେବା ପରେ ଏବେ ବିଦାୟ ନେଉଛନ୍ତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ମାଁ ହିରାନୀଳା ଷ୍ଟୋନ କ୍ରସର ପକ୍ଷରୁ ଦିତୀୟ ବର୍ଷ ପାଳନ ହୋଇଛି ଶାରଦୀୟ ଦୁର୍ଗାପୂଜା।

Omkar Vasthu
Omkar Vasthu

ମାଁ ହିରାନୀଳା ଷ୍ଟୋନ୍ କ୍ରସର ପକ୍ଷରୁ ଆୟୋଜିତ ଓ ରମେଶ ସାହୁଙ୍କ ପ୍ରଚେଷ୍ଟାରେ ଏବର୍ଷ ମଧ୍ୟ ଏଥିରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଷଷ୍ଠୀ ଠାରୁ ମାଁଙ୍କ ପୂଜାର୍ଚ୍ଚନା ରିତିନୀତି ଆରମ୍ଭ ହୋଇ ବିଜୟା ଦଶମୀ ଦିନ ବିସର୍ଜନ ହୋଇଥିଲା। ଏଥିରେ କର୍ତ୍ତା ଭାବେ ଷ୍ଟୋନ୍ କ୍ରସର ପକ୍ଷରୁ ରମେଶ ସାହୁ ଓ ତାଙ୍କ ଧର୍ମପତ୍ନୀ ଶାନ୍ତିପ୍ରିୟା ସାହୁ ଦାଇତ୍ୱ ନେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ମାଁଙ୍କ ଦର୍ଶନ ପାଇଁ ପ୍ରତିଦିନ ସନ୍ଧ୍ୟାବେଳେ ଆଳତି ସମୟରେ ଲୋକାରଣ୍ୟ ହୋଇପଡୁଥିଲା। ସେହିପରି ମାଁ ହିରାନୀଳା ଷ୍ଟୋନ୍ କ୍ରସର ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଁ ହିରାନୀଳା ଷ୍ଟୋନ୍ କ୍ରସର ପକ୍ଷରୁ ରମେଶ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ପ୍ରଥମ ରାତ୍ରି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଦିତୀୟ ଦିନ ଅତିଥି ଭାବେ ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ ଯୋଗଦେଇ ଥିଲେ। ତୃତୀୟ ଦିନ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝି ଯୋଗଦେଇ ଥିବା ବେଳେ ଚତୁର୍ଥ ରାତ୍ରୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ରମେଶ ମାଝୀ ଯୋଗଦେଇ ଥିଲେ ସେହିପରି ଶେଷ ରଜନୀରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝି ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପିଇଡବ୍ଲୁମିଡିଆ ଏସୋସିଏସନ ସଭାପତି ନିଲେଶ କୁମାର ନାଗ, ସରପଞ୍ଚ ସସ୍ମିତା ମାଝୀ ଗାଁ ଗୈାତିଆ ଭାଗିରଥି ବାଣୁଆ ପ୍ରମୁଖ ଯୋଗଦେଇ ଥିଲେ।

କାର୍ଯ୍ୟକ୍ରମକୁ ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ, ଲାଞ୍ଜି ସମିତି ସଭ୍ୟ ବେଣୁଧର ବାଗ ଏବଂ କମିଟି ସଦସ୍ୟ ଜୟମୁନି ବେହେରା ପରିଚାଳନା କରିଥିବାବେଳେ ପୋଖରୀବନ୍ଧ ଶାରଦୀୟ ଦୁର୍ଗାପୂଜା କମିଟିର ସମସ୍ତ ସଦସ୍ୟ ତଥା ପଞ୍ଚାୟତବାସୀ ସହଯୋଗ କରିଥିଲେ। ତେବେ ସୋମବାର ଶହ ଶହ ସଂଖ୍ୟାରେ ଲୋକେ ଘଣ୍ଟ, ବାଜା, ବାଣ ଏବଂ ସୁସଜ୍ଜିତ ଗାଡ଼ିରେ ଧରି ମାଁଙ୍କୁ ମେଲାଣି ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.