ଆଇଡ଼ିଆ ଏବଂ ସକ୍ଷମ ସଂଗଠନ ପକ୍ଷରୁ ଦିବ୍ୟାଙ୍ଗ ଉଦ୍ୟୋଗୀ‌ କାର୍ଯ୍ୟକ୍ରମ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆଜି ମଞ୍ଚେଶ୍ବର ସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତି ଠାରେ ଆଇଡ଼ିଆ ଏବଂ ସକ୍ଷମ ସଂଗଠନ ପକ୍ଷରୁ ଦିବ୍ୟାଙ୍ଗ ଉଦ୍ୟୋଗୀ‌ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ର‌ ଉପ ସଚି଼ବ ଶ୍ରୀ ସନ୍ୟାସୀ ବେହେରା, ବିଶିଷ୍ଟ ଉଦ୍ୟୋଗପତି କର୍ଣ୍ଣେଲ ଦିନେଶ କୁମାର ସିଂହ, ଆଇଡ଼ିଆ ସଂଗଠନର ସହ ପ୍ରତିଷ୍ଠାତା ଶ୍ରୀ ସଞ୍ଜୟ ପ୍ରଧାନ, ଆଇଡ଼ିଆ ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନିଖିଳ ବର୍ମା,ସେବା ଭାରତୀର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀ କୈଳାସ ଜେନା, ସକ୍ଷମ ସମ୍ପାଦିକା ଶ୍ରୀମତୀ ମନସ୍ମିତା ଜେନା, ବରିଷ୍ଠ ପ୍ରଚାରକ ଶ୍ରୀ ସୀମାଞ୍ଚଳ ଖଟୁଆ, ସକ୍ଷମ ସଂଗଠନ ର ଉପସଭାପତି ଶ୍ରୀ ବ୍ରଜକିଶୋର ମହନ୍ତ, ଯୁଗ୍ମ ସମ୍ପାଦକ ଶ୍ରୀ ନିରଞ୍ଜନ ବେଜ, ସକ୍ଷମ ଯାଜପୁର ଜିଲ୍ଳା ସଭାପତି ଶ୍ରୀ ବାସୁବନ୍ଧୁ ଦାସ, ସକ୍ଷମ ଧୀମହୀ ପ୍ରମୁଖ ଆୟୁଷ୍ମାନ ଚୌଧୁରୀ ପ୍ରମୁଖ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମ ଆଜି ଠାରୁ ୨୯ ଅକ୍ଟୋବର ଯାଏଁ ଚ଼ାଲିବ।ଏହି କାର୍ଯ୍ୟକ୍ରମ ଦିବ୍ୟାଙ୍ଗ ମାନଙ୍କୁ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବାର ମାଧ୍ୟମ ଅଟେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.