ଶ୍ରୀ ବିନାୟକ ୟୁଥ କ୍ଲବ ପାକେଲପଡା ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମ.ରାମପୁର ବ୍ଲକର ମୁଡ଼ିଙ୍ଗ ପଞ୍ଚାୟତ ଅଧିନସ୍ଥ ପାକେଲପଡା ଶ୍ରୀ ବିନାୟକ ଯୁଥ କ୍ଲବ ତରଫରୁ ଗାଁରେ ସ୍ବଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗାଁ ବିଦ୍ୟାଳୟ ପାର୍ଶ୍ଵ, ନଳକୂପ ଚତୁପାର୍ଶ୍ଵ ପ୍ରଭୃତି ସଫେଇ କାର୍ଯ୍ୟ କରାଯାଇଛି। ଜନପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଉକ୍ତି ସ୍ବଚ୍ଛ ରଖିବା ଓ ସୁସ୍ଥ ରଖିବା ନୀତି ଆଧାରରେ ଗୁରୁବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ କ୍ଲବର ସଭାପତି ଯଶୋବନ୍ତ ଗହୀରଙ୍କ ନେତୃତ୍ଵରେ ସମ୍ପାଦକ ଲକ୍ଷପତି ଭୋଇଙ୍କ ସମେତ କ୍ଲବର ୧୫ ରୁ ଉର୍ଦ୍ଧ୍ବ ସଦସ୍ୟ ଏଥିରେ ଯୋଗଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୀବନ ଚନ୍ଦ୍ର ନାଗ ଓ ସହକାରୀ ଶିକ୍ଷକ ବନମାଳୀ ବଗର୍ତ୍ତୀ ଏଥିରେ ଅତିଥି ଭାବରେ ଯୋଗଦାନ କରି କ୍ଲବର ସମସ୍ତ କାର୍ଯ୍ୟକର୍ତ୍ତା ତଥା ସଦସ୍ୟମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.