ଅଙ୍ଗନୱାଡ଼ି କର୍ମୀଙ୍କୁ ସୁଭଦ୍ରା ଟଙ୍କା ଦେବାକୁ ବିଭିନ୍ନ ବ୍ଲକରେ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଅଙ୍ଗନୱାଡ଼ି କର୍ମୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ଟଙ୍କା ଦେବା ଦାବିରେ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ବିଭିନ୍ନ ବ୍ଲକ ଏବଂ ପୌରାଞ୍ଚଳରେ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଅଧୀକାରିଣୀଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ l ସୁଭଦ୍ରା ଯୋଜନା ଆରମ୍ଭ ସମୟରେ ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ପଞ୍ଜୀକରଣ କରିପାରିବେ ବୋଲି ଖୋଦ୍ ସରକାର କହିଥିଲେ l ବର୍ତ୍ତମାନ ସରକାରୀ କର୍ମଚାରୀ ବୋଲି କୁହାଯାଇ ସୁଭଦ୍ରାରୁ ବାଦ ଦିଆଯାଇଛି ବୋଲି କୁହାଯାଉଛି, ଯଦି ଅଙ୍ଗନବାଡି କର୍ମୀ ଓ ସହାୟିକା ସରକାରୀ କର୍ମଚାରୀ ତେବେ ସରକାରୀ କର୍ମଚାରୀ ଯେମିତି ସୁବିଧା ସୁଯୋଗ ପାଉଛନ୍ତି ସେମିତି ଅଙ୍ଗନବାଡି କର୍ମୀ ଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ଦାବୀ କରାଯାଇଛି l ନଚେତ୍ ଆଗକୁ ବ୍ୟାପକ ଆନ୍ଦୋଳନ ହେବ ଏବଂ ସୁଭଦ୍ରା ଯୋଜନାରେ କେହି କେହି କାମ କରିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି l ସୋମବାର କୁଚିଣ୍ଡା, ଜମନକିରା, ବାମରା, ସମ୍ବଲପୁର ପୌରାଞ୍ଚଳ, ରେଙ୍ଗାଲି, ଯୁଜୋମୁରା, ଧନ କଉଡା, ରେଢ଼ାଖୋଲ, ମାନେଶ୍ଵର ବ୍ଲକରେ ଦାବିପତ୍ର ଦିଆଯାଇଥିଲା l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.