ବଲବସପୁରରେ ଡ୍ରେନେଜ ସମସ୍ୟା; ମୁଖ୍ୟ କାରଣ ଜବରଦଖଲ

ବାରମ୍ବାର ଲେଖି ଜଣାଇଲେ ମଧ୍ୟ ଶୁଣୁନି ପ୍ରଶାସନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ଗ୍ରାମ ପଞ୍ଚାୟତର ବଲବସପୁର ଗ୍ରାମରେ ଦିନକୁ ଦିନ ବଢୁଛି ଡ୍ରେନେଜ ସମସ୍ୟା। ଏହା କେବଳ ମାତ୍ର ଜବର ଦଖଲ ଯୋଗୁଁ ଏଭଳି ପରିସ୍ଥିତି ଉପୁଜୁଥିବା କୁହାଯାଉଛି। ଏହା ଆଜିକାର ସମସ୍ୟା ନୁହଁ। ଦୀର୍ଘ ବର୍ଷ ଧରି ଜନୈକ ବ୍ୟକ୍ତି ରାସ୍ତାକୁ ଜବରଦଖଲ କରି ପକ୍କା ବାଡ ଦେଇଥିବାରୁ ନଳକୂଅର ପାଣି ମଧ୍ୟ ନିଷ୍କାସିତ ହୋଇ ପାରୁନାହିଁ। ଫଳରେ ମଇଳା ଆବର୍ଜନା ପାଣି ଜମା ହୋଇ ରହୁଛି। ପୋତି ଗନ୍ଧ ମୟ ପରିବେଶ ଯୋଗୁଁ ଲୋକେ ନାହିଁ ନଥିବା ରୋଗର ଶୀକାର ହେଉଥିବା ଅଭିଯୋଗ ହେଉଛି। ବଲବସପୁର ଗଉନ୍ତିଆପଡା ପ୍ରବେଶ ପଥରେ ଜଣେ ବ୍ୟକ୍ତି ରାସ୍ତାକୁ ଜବରଦଖଲ କରି ପକ୍କା ପାଚେରୀ ନିର୍ମାଣ କରିଥିବାରୁ ସମସ୍ୟା ଦ୍ୱିଗୁଣିତ ହେଉଛି। ଏନେଇ ରୁପ୍ରାରୋଡର ପୂର୍ବତନ ସରପଞ୍ଚ ତଥା ବଲବସପୁରର ବରିଷ୍ଠ ନାଗରିକ ହରିପ୍ରସାଦ ପଧାନ, ସଚେତନ ଯୁବକ ପ୍ରଦୀପ ପଧାନ ଭଗବାନ ପୋଢ, ଅର୍ଜୁନ ବିଶ୍ୱାଳ, ଲକ୍ଷ୍ମଣ କରୁଆଁପ୍ରମୁଖଙ୍କ ସମେତ ୧୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଭବାନୀପାଟଣା ଉପଜିଲ୍ଲାପାଳ, ନର୍ଲା ତହସିଲଦାର ପ୍ରମୁଖଙ୍କୁ ଉକ୍ତ ଗଉନ୍ତିଆ ପଡା ଗ୍ରାମ ରାସ୍ତାର ଡିମାର୍କେସନ କରିଦେବା ପାଇଁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ଆଜକୁ ମାସକରୁ ଉର୍ଦ୍ଧ୍ବ ସମୟ ହୋଇଗଲାଣି ଏଥିପ୍ରତି କୌଣସୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଗ୍ରାମରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ଗତ ୧୮/୯/୨୦୨୪ ରେ ଗ୍ରାମବାସୀଙ୍କ ତରଫରୁ ଉପଜିଲ୍ଲାପାଳଙ୍କୁ ଡିମାର୍କେସନ ପାଇଁ ଲେଖିକି ଦିଆଯାଇଥିଲା। ଉପଜିଲ୍ଲାପାଳ ମହୋଦୟ ବଲବସପୁର ଗ୍ରାମର ୩ଜଣକୁ ଏହି ଦରଖାସ୍ତକୁ ଭିତ୍ତିକରି ନର୍ଲା ତହସିଲଦାରଙ୍କ ଅବଗତି ଓ ବିହିତ ପଦକ୍ଷେପ ନିମନ୍ତେ ପତ୍ର ସଂ- ୬୬୩୦/୨୫/୯ ରେ ନିର୍ଦ୍ଦେଶ ଦେଇଥିଲେ। ହେଲେ ନର୍ଲା ତହସିଲଦାରଙ୍କ ଏହା ଉପରେ ମତାମତ ନେବାରୁ ସେ କହିଲେ ବଲବସପୁର ଗଉନ୍ତିଆ ପଡା ଲୋକଙ୍କ ଅଭିଯୋଗ ଅନୁଯାୟୀ ଏବଂ ଉପଜିଲ୍ଲାପାଳଙ୍କ ପତ୍ରାଙ୍କ ଅନୁଯାୟୀ ଆମ ଆରଆଇ ଉକ୍ତ ରାସ୍ତାକୁ ମାପ କରିଥିଲେ। ସେ ରାସ୍ତା ପ୍ରଶସ୍ତ ଠିକଥିବା କଥା ରିପୋର୍ଟ ଦେଇଥିଲେ ବୋଲି। ହେଲେ ଗ୍ରାମବାସୀଙ୍କ କହିବାନୁଯାୟୀ ଉପରୋକ୍ତ ଛକ ରାସ୍ତା ଶାବକ ମୁତାବକ ଚଉଡା ଥିବା ବେଳେ ହାଲରେ କମ ଜଣାପଡୁଅଛି। ଏଣୁ ଶାବକ ଏବଂ ହାଲ ନକ୍ସାକୁ ମିଳନ କରାଯାଇ ମପାଗଲେ ପ୍ରକୃତ ଜାଗା ଜଣାପଡ଼ିବ ବୋଲି ଅଭିଯୋଗ କାରୀଙ୍କ ମତ। ଏଣୁ ବଲବସପୁର ଗ୍ରାମବାସୀଙ୍କ କହିବାନୁଯାୟୀ ଶାବକ ଓ ହାଲ ନକ୍ସାକୁ ଟାଲି କରାଯାଇ ପୁନଃ ଉକ୍ତ ରାସ୍ତାର ଡିମାର୍କେସନ କରାଯାଉ ବୋଲି ସାଧାରଣରେ ଦାବୀ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.