ମଣ୍ଡିରୁ ଚାଷୀଙ୍କ ଧାନ ଉଠାଇବାକୁ ନୂଆପଡା ବିଧାୟକଙ୍କ ପ୍ରୟାସ

ନୂଆପଡା,୧୫/୭ : ରବି ଋତୁରେ କୃଷକଙ୍କ ଦ୍ବାରା ଉତ୍ପାଦିତ ଧାନ ନୂଆପଡା ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡି ରହି ଗଜା ହୋଇ ଯାଇଛି । ମିଲ ମାଲିକ ମାନେ ସ୍ଥାନୀୟ ଚାଷୀଙ୍କ ଧାନ କିଣୁ ନଥିବା ବେଳେ ପଡୋଶୀ ଛତିଶଗଡର ଧାନ କିଣି ମିଲ ଗୋଦାମରେ ଭର୍ତ୍ତି କରି ଥିବାରୁ ଏଠାକାର ଚାଷୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବାରୁ ଅନେକ ସମୟରେ ଚାଷୀ କୁଳ ଧାନ ଉଠାଇବା ପାଇଁ ଜିଲ୍ଲା ପ୍ରଶାସନ କୁ ଜଣାଇ ଥକି ଯାଇ ରାଜରାସ୍ତା କୁ ମଧ୍ୟ ଓଲ୍ଲହାଇ ସାରିଲେଣି ।

ତେବେ ଜିଲ୍ଲା ପ୍ରଶାସନ ଟାର୍ଗେଟ ପୂରଣ ହୋଇ ଯାଇଥିବାରୁ କିଛି କରି ପାରୁ ନ ଥିବା ବେଳେ ବିଧାୟକ ନୂଆପଡା ଶ୍ରୀ ରାଜେନ୍ଦ୍ର ଢୋଲକିଆ ଏ ବାବଦ ରେ ବିଭାଗୀୟ ମନ୍ତ୍ରୀଙ୍କୁ ନୂଆପଡା ବିଜେଡି ତରଫରୁ ଟାର୍ଗେଟ ବଢ଼ାଇବା ପାଇଁ ଚିଠି ଲେଖି ଥିବା ବେଳେ ଜିଲ୍ଲା ପ୍ରଶାସନ ଏବଂ ରାଇସ ମିଲ ମାଲିକଙ୍କୁ ନେଇ ଏକ ବୈଠକ ରେ ଚର୍ଚ୍ଚା ଆଲୋଚନା କରି ମିଲର୍ସ ଙ୍କୁ ବୁଝାଇ ମଣ୍ଡି ବନ୍ଦ ହେବାସତ୍ୱେ ମଧ୍ୟ୍ୟ ମିଲର୍ସ ନିଜ ପଇସାରେ ଧାନ କିଣି କିପରୀ ନୂଆପଡା ଅଂଚଳ ର ମଣ୍ଡି ରେ ବାକି ରହି ଯାଇଥିବା ଧାନକୁ ଉଠାଇପ୍ରକ୍ରିୟା କୁ ଆରମ୍ଭ କରାଇଛନ୍ତି ।

ପ୍ରକାଶ ଯେ ବର୍ତମାନ ଜଡାମୁଡା ମଣ୍ଡିର ସମସ୍ତ ଧାନ ଉଠି ସାରିଛି ଏବଂ ବେଲଟୁକରି, କୁଳିଆ ବନ୍ଧା ରେ ଧାନ ଉଠିବା ଆରମ୍ଭ ହୋଇସାରିଛି ଏବଂ ନୂଆପଡା, ଖଡ଼ିଆରୋଡ଼ ମଣ୍ଡି ରେ ରହି ଯାଇଥିବା ଧାନ କିପରି ଶୀଘ୍ର ଉଠିବ ତାର ପ୍ରୟାସ ଜାରି ରହିଛି ବୋଲି ବିଧାୟକ ଶ୍ରୀ ଢୋଲକିଆ ସୂଚନା ଦେଇଛନ୍ତି । ଆମର ଲଢ଼େଈ କୃଷକଙ୍କ ଦୁଃଖ କଷ୍ଟ ସହିତ କୃଷକର ଅଧିକାର ପାଇଁ କିନ୍ତୁ ଆମର କାମ କରିବାର ଶୈଳୀ ଆନ୍ଦୋଳନ ହୋଇନଥାଏ, ଆମର କାମ କରିବାର ଶୈଳୀ ଦ୍ୱାରା ସମସ୍ୟାର ସମାଧାନ ନିଶ୍ଚୟ ହେଉଛି ଏବଂ ହେବ ।

ରକ୍ତ ର ଶେଷ ବିନ୍ଦୁ ପର୍ଯ୍ୟନ୍ତ ଆମର ସେବା ଆଉ ସମାଧାନ ର ଭାବନାରେ କର୍ମ ଜାରି ରହିବ ବୋଲି ବିଧାୟକ ଶ୍ରୀ ଢୋଲକିଆ ଧାନ ମଣ୍ଡି ଯାଇ ଚାଷୀ କୁଳଙ୍କୁ ବୁଝାଇବା ସହ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେଡି ଯୁବ ନେତା ହରିଶଚନ୍ଦ୍ର ପଣ୍ଡା (ଟିଟୁ ପଣ୍ଡା) ମଧ୍ୟ ବିଧାୟକଙ୍କ ସହ ଉପସ୍ଥିତ ଥିଲେ ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.