ଭବାନୀପାଟଣାରୁ ବିଶାଖାପାଟଣାକୁ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ

ଅତ୍ୟାଧୁନିକ ଭଲବୋ ବସ୍ ଚଳାଚଳର ଶୁଭାରମ୍ଭ କଲେ କଳାହାଣ୍ଡି ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣାରୁ ବିଶାଖାପାଟଣା ମଧ୍ୟରେ ଅତ୍ୟାଧୁନିକ ଜଗନ୍ନାଥ ଏକ୍ସପ୍ରେସ ଭଲବୋ ବସ୍ ସେବାର ଶୁଭାରମ୍ଭ ହୋଇଛି। ଏହି ଅତ୍ୟାଧୁନିକ ବାସ ରେ ଶୀତତାପ ନିୟନ୍ତ୍ରିତ ଓ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ଆରାମଦାୟକ ବ୍ୟବସ୍ଥା ରହିଛି। ଏହି ବସ୍ ଭବାନୀପାଟଣାରୁ ଅପରାହ୍ନ ସାଢେ଼ ୬ଟାରେ ଯାତ୍ରା ଆରମ୍ଭ କରି ବିଶାଖାପାଟଣାରେ ଭୋର୍ ୫ଟା ବେଳେ ପହଞ୍ଚିବ ଏବଂ ବିଶାଖାପାଟଣାରୁ ସଂଧ୍ୟା ୮ଟା ବେଳେ ବାହାରି ଭବାନୀପାଟଣା ଠାରେ ସକାଳ ୬ଟା ରେ ପହଞ୍ଚିଵ। ଏହା ଦ୍ବରା ସାଧାରଣ ଜନତା ଏବଂ ବିଶେଷ କରି ସ୍ୟସ୍ଥ୍ୟ କ୍ଷେତ୍ରରେ ବିଶାଖାପାଟଣା ଉପରେ ନିର୍ଭର କରୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୟ ଉପକୃତ ହେବେ ବୋଲି ଓ ଏସ ଆର୍ ଟି ସି ତରଫରୁ ଜିଲ୍ଲା ପରିଚାଳକ ସ୍ବଦେଶ କୁମାର ପାତ୍ର ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

ବୁଧବାର ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଏହି ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଜୟ ଶଙ୍କର ନାଏକ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, ସହକାରୀ ଜିଲ୍ଲାପାଳ ଶରତ ଚନ୍ଦ୍ର ସାହୁ (ଏଷ୍ଟାବ୍ଲିସମେଣ୍ଟ), ସହକାରୀ ଜିଲ୍ଲାପାଳ ମମତା ଦାଶ (ଜୁଡିସିଆଲ) ଏବଂ ସହକାରୀ ଜିଲ୍ଲାପାଳ ସୌଦାମିନୀ ମାଝୀ (ଏମାରଜେନସି) ପ୍ରମୁଖ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲଷ୍ଟର ହେଡ ବିଶ୍ୱଜିତ ପଣ୍ଡା, ଅଭିଜିତ ଦାସ, ଗିରିଧାରୀ ବାଗ, ରାଜେଶ ଦାସ, ଆଶିଷ କୁମାର ନାୟକ, ଅରବିନ୍ଦ ସାହା,ଭଗବାନ ନିଆଲ, ପାର୍ବନ ମଶ୍ରା, ଦୀପକ ନିଆଲ, ଶିଶିର ବାଗ ଓ ଜ୍ୟୋତି ଶଙ୍କର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.