ତାରା ତାରିଣୀମହା ବିଦ୍ୟାଳୟରେ ଅନ୍ତର୍ଜାତୀୟ ମହା ବିଦ୍ୟାଳୟ ଭଲିବଲ ଟୁନାମେଣ୍ଟ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହର ରେ ଥିବା ତାରା ତାରିଣୀ ମହାବିଦ୍ୟାଳୟ ରେ ବ୍ରହ୍ମପୁର ବିଶ୍ୱ ବିଦ୍ୟଳୟ ଆନୁକୂଲ୍ୟ ରେ ଅନ୍ତ ମହାବିଦ୍ୟାଳୟ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ଦୁଇଦିନ ଧାରି ଚାଲିବ | ଆଜି ଓ ଆସନ୍ତା କାଲି ହେବ |

Omkar Vasthu
Omkar Vasthu

 

ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗ ଦେଇ ଉଦଘାଟନ କରିଥିଲେ | ତାରା ତାରିଣୀ ମହାବିଦ୍ୟାଳୟ ର ପରିଚାଳନା ପରିଷଦ ର ସଭାପତି ଥିବା ବାସୁଦେବ ମହାପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅଧକ୍ଷ ଡ଼ଃ ସୁରେନ୍ଦ୍ର ନାଥ ପଣ୍ଡା, ଡ଼ଃ ରମେଶ ଚନ୍ଦ୍ର ସେନାପତି, ଡ଼ଃ ପ୍ରଦୀପ କୁମାର ସାହୁ, ଓ ବିଶ୍ୱ ବିଦ୍ୟାଳୟ ରୁ ଆସିଥିବା ଦୁଈ ଅତିଥି ରବିଚରଣ ମିଶ୍ର ଓ ରାଜେଶ କୁମାର ନାହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଶୋଭା ମଣ୍ଡନ କରିଥିଲେ |

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଉତ୍ସବ ରେ ଆବାହକ ମୀନ କେତନ ନାହାକ, କପିଳେଶ୍ୱର ଦାଶ, ଖେଳ ଶିକ୍ଷକ ଶିବ ପ୍ରାସାଦ ବେହେରା, ସୁଧୀର କୁମାର ଦାଶ ପ୍ରମୁଖ ପରିଚାଳନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.