ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ଵାରା ଆୟୋଜିତ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କୁ ନେ଼ଇ ଜିଲ୍ଲା ସ୍ତରୀୟ ମହୋତ୍ସବ ଓ ମହକ କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ପିଲାମାନଙ୍କର ଖେଳକୁଦ ଅନୁଷ୍ଠିତ ହୋଇଥିବା ବେଳେ ଦ୍ଵିତୀୟ ଦିନ ଗୀତ, ନାଚ, ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅନୁପମା ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, କିଶୋର ନ୍ୟାୟ ବୋର୍ଡ ସଦସ୍ୟ ରଞ୍ଜିତା ସାହୁ ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କ ପ୍ରତିଭା ବିକାଶ ନିମନ୍ତେ ଉତ୍ସାହିତ କରିଥିଲେ। ବିଜୟ ବିଶ୍ଵାଳ ମଞ୍ଚ ପରିଚାଳନା କରିଥିବା ବେଳେ କେଶବ ଚନ୍ଦ୍ର ମେହେର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଅନ୍ୟା ଦାସ ଯୋଗଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଉପ-ଜିଲ୍ଲାପାଳ ସୌମ୍ୟରୂପା ରଥ, ଡିଏସପି (ଏଚଆରପିସି) ପ୍ରତାପ ରଣା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ, ବରିଷ୍ଠ ଶିକ୍ଷକ ଗିରିଶ ତ୍ରିପାଠୀ ଯୋଗ ଦେଇ ଶିଶୁ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସିଆରସିସି ବ୍ରତାନନ୍ଦ ଭୋଇ ପରିଚାଳନା କରିଥିବା ବେଳେ ଶିଶୁ ଯତ୍ନ ଅନୁଷ୍ଠାନ ଅଧିକାରୀ ବିଜୟ ବିଶ୍ଵାଳ ଧନ୍ୟ ବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଥବିର କାଲସେ, ସ୍ବାଗତରାଜ ମିଶ୍ର, ଅନିଲ ମହଲା, ରୁଦ୍ର ପ୍ରସନ୍ନ ମିଶ୍ର, ପ୍ରଶାନ୍ତ ମହାକୁଡ, ସରିତା ସୁନା, ସୁଜାତା ବେହେରା, ରୋଜି ସା, ସୁଧୀର ଦାସ, ଧର୍ମେନ୍ଦ୍ର ଦାସ ସହଯୋଗ କରିଥିଲେ। ବିଚାରକ ଭାବରେ ଗିରିଶ ତ୍ରିପାଠୀ, ଶାନ୍ତନୁ କର୍ଣ୍ଣ, ଲକ୍ଷ୍ମୀ ମିଶ୍ର ଓ ସୁଧା ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟ ତୁଲାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.