‘ମୋ ସୁନାକୁ କିଏ ଉଠାଇ ନେଲା’ – ଝିଅକୁ ଖୋଜୁଛି ବିଧବା ମା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ତିନି ସପ୍ତାହ ବିତିଗଲାଣି। କିନ୍ତୁ ଝିଅର ଖୋଜ ଖବର ମିଳିନି। ଟୁ୍ୟସନ ଯାଉଛି କହି ଘରୁ ବାହାରିଥିଲା ଯେ କୁଆଡେ ଗଲା, ଆଜି ଯାଏଁ ତାର ପତ୍ତା ମିଳୁନି। ଏପଟେ ଝିଅ ଚିନ୍ତାରେ ବିଧବା ମା ଆଖିରେ ନିଦ ନାହିଁ କି ପେଟକୁ ଭୋକନାହିଁ। ଝିଅ କେବେ ମିଳିବ ବୋଲି ଥାନାକୁ ଧାଉଁଛି। ହେଲେ ସଇଁତଲା ପୁଲିସ ଚୁପ୍। ଫଳରେ ନିଋପାୟ ହୋଇ ଆଜି ଅପରାହ୍ନ ୫ ଟା ସମୟରେ ଏସପିଙ୍କ ଦାରସ୍ଥ ହୋଇଛି ମା। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅର୍ନ୍ତଗତ ଧରପଗଡ ଗ୍ରାମରେ। ମିଳିଥିବା ସୂଚନା ଅନୁସାରେ ଧରପଗଡ ଗ୍ରାମର ୧୫ ବର୍ଷର ଝିଅ ନିଖୋଜ ହୋଇଛି। ଗତ ଅକ୍ଟୋବର ମାସ ୧୫ ତାରିଖ ଦିନ ଟୁ୍ୟସନ ଯାଉଛି କହି ସେ ଘରୁ ବାହାରିଥିଲା। ହେଲେ ଆଉ ଘରକୁ ଫେରିନି। ତେବେ ଧରପଗଡ ଗ୍ରାମର ଅର୍ଜୁନ ବାରିକ, ବଳରାମ ବାରିକ, ତୁଷ୍ଟା ପାଲି ଗ୍ରାମର ମହେନ୍ଦ୍ର ହରପାଲ, ମଗସିର ହରପାଲ ଓ ଛନଛଡା ଗ୍ରାମର ବାବୁଲାଲ ବାଗ ମିଶି ତାଙ୍କର ଝିଅକୁ ଅପହରଣ କରିଥିବା ସେ ଅଭିଯୋଗ କରିଛନ୍ତି। ଏ ସର୍ମ୍ପକରେ ସଇଁତଲା ଥାନାରେ ଏତଲା ଦେଇଥିଲେ ହେଁ ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି। ଫଳରେ ମା ଲୁଚୁନା ଏସପିଙ୍କ ଦ୍ୱାରସ୍ଥ ହୋଇଥିବା କହିଥିଲେ। ତୁରନ୍ତ ତାଙ୍କର ଝିଅକୁ ଖୋଜି ଆଣିବାକୁ ସେ ଦାବି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.