ଦୁଇ ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗତ ଦୁଇ ଦିନ ଧରି ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଚାଲିଥିବା ଗଜପତି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆଜି ଉଦଯାପିତ ହୋଇଯାଇଛି। ଆଜିର ଏହି ଉଦଯାପନ ସମାରୋହରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପାରଳା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଆର: ଉଦୟଗିରି ବ୍ଳକ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ନାରାୟଣ ଶବର , ଜିଲ୍ଲା ପରିଷଦ ସଦସ୍ୟ ଗୋଷାଣୀ ଶ୍ରୀ ଏସ: ବାଲା ରାଜୁ , ଉପ ଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ଅତିରିକ୍ତ ନିର୍ଦ୍ଧେଶକ ପ୍ରାଣୀ ଚିକିତ୍ସା ବିଭାଗ ଓଡ଼ିଶା ଶ୍ରୀ ଡ଼ମ୍ବୁରୁଧର ସାମଲ , ଅବସର ପ୍ରାପ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ସମ୍ବଲପୁର ଡ଼ାଃ ଦୀନବନ୍ଧୁ ମିଶ୍ର , ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଗଜପତି ଡ଼ାଃ ଗିରିଶ ଚନ୍ଦ୍ର ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ।

Omkar Vasthu
Omkar Vasthu

ଏହି ଅବସରରେ ଆଜି ୭୩ ତମ ଗୋ-ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମଧ୍ୟରେ ଗୋ ପୂଜନ ଅନୁଷ୍ଠିତ ହୋଇଥିଲା । ଗୋ ଚାଷୀ ଭାଇ ଭଉଣୀମାନଙ୍କୁ ଗୋ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଉପଦେଶ ଦେବା ସହ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିବା ସହିତ ଗୋ ପାଳନ କରିବା ପାଇଁ ଅନୁରୋଧ କରିଥିଲେ ମଞ୍ଚାସିନ ଅତିଥି ମାନେ ।
ସେହିପରି ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକର ଜନସାଧାରଣ ନିକଟରେ କିପରି ପହଞ୍ଚି ପାରିବ ସେଥିନିମନ୍ତେ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ପର୍ଯ୍ୟନ୍ତ ହିତାଧିକାରୀ ମାନଙ୍କୁ ସଚେତନତା କରା ଯାଉଅଛି। ଜିଲ୍ଲାର ସମସ୍ତ ଚାଷୀ ମାନଙ୍କୁ ନୁତନ ଜ୍ଞାନକୌଶଳ ମାଧ୍ୟମରେ ମତ୍ସ୍ୟ ଓ ପଶୁପାଳନ କଲେ ଅଧିକ ଲାଭବାନ ହୋଇପାରିବ ବୋଲି ସମସ୍ତ ଅତିଥି ଗଣ କହିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଭଲ କାର୍ଯ୍ୟ କରି ସଫଳତା ହାସଲ କରିଥିବା ମତ୍ସ୍ୟ ଓ ପ୍ରାଣୀ ପାଳକ ହିତାଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତଥା କାର୍ଯ୍ୟକ୍ରମର ଆବାହକ ଡାକ୍ତର ତୁଷାର ରଞ୍ଜନ ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସହ ଆବାହକ ଶ୍ରୀମତୀ ଲିସା ବେହେରା ଜିଲ୍ଲା ମତ୍ସ୍ୟ ଅଧିକାରୀ ଗଜପତି , ଧନ୍ୟବାଦ ଅର୍ପଣ କରିଥିଲେ ଓ ଡାକ୍ତର ଲିମା ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଆୟୋଜିତ ହେବା ସାଙ୍ଗକୁ ଜୀବନ୍ତ ପ୍ରାଣୀ ସମ୍ପଦ ବିକାଶ ସମ୍ବନ୍ଦରେ ଆଲୋଚନା କରା ଯାଇଥିଲା। ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷୀଙ୍କ ସଫଳ କାହାଣୀ ସହିତ ବିଶେଷଜ୍ଞମାନେ ଉପଯୋଗି ପରାମର୍ଶ ପ୍ରଦାନ କରିଥିଲେ।ଚାଷୀ ଭାଇ ଭଉଣୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଦାସକାଠିଆ ପାଲା ନାଟକ ମାଧ୍ୟମରେ ହିତାଧିକାରୀଙ୍କୁ ସଚେତନତା କରା ଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଡ଼ା.ରମାକାନ୍ତ ରଣା, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଗଜପତି , ଡାକ୍ତର ନାରାୟଣ ମହାପାତ୍ର , ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ପାରଳାଖେମୁଣ୍ଡି , ସମସ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ , ବିଭିନ୍ନ ସ୍ଵଂୟ ସହାୟକ ଗୋଷ୍ଠୀ , ବିଭନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ , ଜନ ପ୍ରତିନିଧି ଓ ବିଭାଗୀୟ କର୍ମଚାରୀ ପ୍ରମୁଖ ମେଳାରେ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.