ଗୋସିଂହ ଦରବାରରେ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ ହେବେ ସାଉଲ ମଙ୍ଗରାଜ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ରାଜ୍ୟର ଜଣେ ଉଦୀୟମାନ ଯୁବ ନେତୃତ୍ବ ସାଉଲ ମଙ୍ଗରାଜଙ୍କୁ ସମ୍ବର୍ଦ୍ଧିତ କରାଯିବ। ଗୋଲାମୁଣ୍ଡା ନିବାସୀ କାକର ମଙ୍ଗରାଜ ଓ ପୁଷ୍ପା ମଙ୍ଗରାଜଙ୍କ ସୁପୁତ୍ର ସାଉଲ ରାଜନୈତିକ ପୃଷ୍ଠଭୂମିରେ ରହି ସମାଜର ଅବହେଳିତ ଓ ନିଷ୍ପେସିତ ଜନତାଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ସେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସମସ୍ୟାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ଉପସ୍ଥାପିତ କରି ସମାଜର ବୃହତ୍ତର ସ୍ବାର୍ଥ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରି ଆସୁଛନ୍ତି। ଜିଲ୍ଲାର ପ୍ରମୁଖ ସମସ୍ୟାକୁ ନେଇ ୨୫ ଗୋଟି ଦଫା ଦାବିରେ ୨୫ ଜଣଙ୍କୁ ନେଇ ଗୋଲାମୁଣ୍ଡା ଠାରୁ ଭୁବନେଶ୍ଵରର ଦୀର୍ଘ ୫୦୦ କିମି ପଦଯାତ୍ରା କରି ଜିଲ୍ଲା ପାଇଁ ନୂତନ ଇତିହାସ ରଚିଛନ୍ତି। ଛାତ୍ର ଜୀବନରୁ ରାଜନୀତିକୁ ଆସିଥିବା ଶ୍ରୀ ମଙ୍ଗରାଜ ଦିର୍ଘ୍ ଦିନ ହେବ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦାୟୀତ୍ବ ତୁଲାଇ ଥିବା ବେଳେ ଛାତ୍ର ଜୀବନରୁ ସମାଜସେବାକୁ ଏକ ବ୍ରତ ଭାବେ ପାଳନ୍ କରି ଆସୁଛନ୍ତି। ଆସନ୍ତା ନଭେମ୍ବର ୧୩ରୁ ୧୫ ତାରିଖ ଯାଏଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦରଠାରେ ହେବାକୁ ଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ଗୋସିଂହ ଦୈତ୍ୟ ଦରବାରରେ ଶ୍ରୀ ମଙ୍ଗରାଜଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ ଓ ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.