ଆଇନଜୀବୀଙ୍କୁ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଓକିଲ ସଂଘ ପକ୍ଷରୁ  କାର୍ଯ୍ୟବନ୍ଦ ଆନ୍ଦୋଳନ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟର ଜଣେ ବରିଷ୍ଠ ଆଇନଜୀବୀଙ୍କ ଉପରେ ଏସିଡ ମାଡ଼ ଘଟଣାରେ ସଂପୃକ୍ତ ଦୃର୍ବୁତ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ବିଭିନ୍ନ ଦାବି ନେଇ ଆଜି ପାରଳାଖେମୁଣ୍ଡି ଜିଲ୍ଲା କୋର୍ଟର ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରା ଯାଇଥିଲା ।

Omkar Vasthu
Omkar Vasthu

ପାରଳାଖେମୁଣ୍ଡି ସ୍ଥିତ ଜନଗହଳି ପୂର୍ଣ୍ଣ ଜଙ୍ଗମ ସାହିରେ ବରିଷ୍ଠ ଆଇନଜୀବୀ ପାତୀ ରାମାରାଓ ନିଜ ବାସଭବନରେ ଥିବା ବେଳେ ଗତ ୯ ତାରିଖ ଅପରାହ୍ନ ସମୟରେ ୨ ଜଣ ଦୃର୍ବୁତ୍ତ ବାଇକ ଯୋଗେ ହେଲିମେଟ ପିନ୍ଧି ତାଙ୍କ ଘର ପାଖକୁ ଆସି କବାଟ ବାଡେଇ ନିଜକୁ କୋରିଅର ଡେଲିଭରି ବୟର ପରିଚୟ ଦେଇ କବାଟ ଖୋଲିବାକୁ କହିଥିଲେ । ଓକିଲ ଶ୍ରୀ ରାଓ କବାଟ ଖୋଲିବା ମାତ୍ରେ ତାଙ୍କ ଉପରେ ଏସିଡ ମାଡ ହୋଇଥିଲା । ତାଙ୍କ ମୁହଁ ଓ ଛାତିରେ ଏସିଡ ମାଡ ହୋଇଛି , ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ପଡୋଶୀ ଆନ୍ଧ୍ରର ବିଶାଖାପାଟଣା ସ୍ଥିତ ଏକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।ତେବେ ଘଟଣା ଘଟିବାର ୩ ଦିନ ହୋଇ ଯାଇଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ଦୁର୍ବୃତ୍ତ ମାନଙ୍କ ଟେର ଖୋଜି ପାଇନି । ଏହାର ପ୍ରତିବାଦରେ ଆଜି ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି ।

Pearl dental clinic
Near Ashish Medical Store, Bhawanipatna


ଓକିଲ ସଂଘର ସଭାପତି ଶ୍ରୀ ସ୍ୱରୂପ ପାଳ , ସମ୍ପାଦକ ଶ୍ରୀ ରାମକୃଷ୍ଣ ନାୟକ , ବରିଷ୍ଠ ଓକିଲ ହୀରାଚାନ୍ଦ୍ ପଟ୍ଟନାୟକ , ଉମେଶ ପ୍ରସାଦ ରଥ , ପାଣ୍ଟାଲା ପ୍ରସାଦ ରାଓ ଏବଂ ଓକିଲ ସଂଘର ପୂର୍ବତନ ସଭାପତି ଶ୍ରୀ ସିଦ୍ଧେଶ୍ୱର ମିଶ୍ର ପ୍ରମୁଖ ଘଟଣାକୁ ତୀବ୍ର ନିନ୍ଦା କରି ଘଟଣାର ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯାଇ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଅନ୍ୟପକ୍ଷରେ ଓକିଲ ସଂଘ ପକ୍ଷରୁ ବିଭିନ୍ନ ଦାବୀ ସମ୍ପର୍କରେ କହିଥିଲେ ଯେ , (୧):- ଓକିଲ ମାନଙ୍କ ପାଇଁ ସୁରକ୍ଷା-ଆଇନ ଲାଗୁ କରାଯାଉ (୨):-ଏସିଡ ମାଡ ଘଟଣାରେ ଶିକାର ହୋଇ ଚିକିତ୍ସିତ ହେଉଥିବା ଓକିଲ ରାମାରାଓ ଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରନ୍ତୁ (୩):- ଓକିଲ ରାମାରାଓ ଙ୍କୁ କ୍ଷତିପୂରଣ ବାବଦକୁ ୩୦ ଲକ୍ଷ ଟଙ୍କା ଦିଆଯାଉ ଏବଂ (୪):- ଏସିଡ ମାଡ କରିଥିବା ଦୂର୍ବୁତ୍ତଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଆଇନ ପରିସରକୁ ଅଣାଯିବା ସହ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଓକିଲ ସଂଘ ପକ୍ଷରୁ ଦାବୀ କରାଯାଇଛି । ଘଟଣାର ପ୍ରତିବାଦରେ ଆଜି ଗୋଟିଏ ଦିନ ପାଇଁ ଓକିଲ ମାନଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଗଲା । ଆଗାମୀ ସମୟରେ ଏହି ଘଟଣା ଉପରେ ପୋଲିସର କାର୍ଯ୍ୟଧାରା ଯଦି ସନ୍ତୋଷ ଜନକ ନ ହୁଏ , ତେବେ ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବା ସହ ଗଜପତି ଜିଲ୍ଲା ବନ୍ଦ-ଡାକରା ଦିଆଯିବ । ଏ ସମ୍ପର୍କରେ ଜିଲ୍ଲାର ସମସ୍ତ ଓକିଲ ଏବଂ ରାଜ୍ୟ ବାର ସଂଘ ସହିତ ଆଲୋଚନା କରାଯାଇଛି ବୋଲି କୁହାଯାଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.