ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ଚାଷୀ ନେତାଙ୍କୁ ‘ନା’

ବୈଠକ ସମ୍ମିଳନୀ କକ୍ଷ ବାହାରେ ବ୍ୟାପକ ପୋଲିସ ମୁତୟନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ଚାଷୀ ପ୍ରତିନିଧିଙ୍କୁ ‘ନା’ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବସିଥିଲା ଧାନ କ୍ରୟ କମିଟି ବୈଠକ। ତେବେ ଉକ୍ତ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟିରେ ଜିଲ୍ଲାର ଚାଷୀ ସଂଗଠନ ପ୍ରତିନିଧି ମାନଙ୍କୁ ସାମିଲ କରିବା ପାଇଁ ପୂର୍ବରୁ ମିଳିତ ଚାଷୀ ସଂଗଠନ ଦାବି କରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା କିନ୍ତୁ ବୈଠକରେ କିଛି ଦଳୀୟ ଚାଷୀ ନେତାଙ୍କୁ ଡାକି ଦେଇ କୌଣସି ଚାଷୀ ସଂଗଠନ ପ୍ରତିନିଧିଙ୍କୁ ଡକା ଯାଇ ନ ଥିଲା। ବରଂ ବୈଠକକୁ ମିଳିତ ଚାଷୀ ସଂଗଠନ ନେତା ମାନେ ଯିବାକୁ ପୁଲିସ ସେମାନଙ୍କୁ ବାରଣ କରିଥିଲା। ନବ ନିର୍ମାଣ କୃଷକ ସଂଗଠନ ର ନେତ୍ରୀ ବୈଠକ କୁ ଯିବା ପାଇଁ ଜିଲ୍ଲାପାଳଙ୍କୁ କହିବାରୁ ଜିଲ୍ଲାପାଳ “ଯାକେ ରୋଟି ସେକୋ” ବୋଲି କହିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଅଭିଯୋଗ କରିଛନ୍ତି ସୋନାଲି। ଫଳରେ ସେଠାରେ ପ୍ରତିବାଦ କରି ସଂଗଠନର ନେତାମାନେ ନାରାବାଜି କରିବା ସହ ଚାଷୀ ନେତା ସୋନାଲି ବିଶି ଓ ପ୍ରଦ୍ୟୁମ୍ନ ପାଢ଼ୀ ସେଠାରେ ଧାରଣାରେ ବସିଥିଲେ। ପୁଲିସ ସେମାନଙ୍କୁ ଘୋଷାଡ଼ି ବାହାରକୁ ବାହର କରିବା ସହ ଅଫିସ ବାହାରେ ବସେଇ ଦେଇଥିଲା। ଅନ୍ୟ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ରେ ଚାଷୀ ନେତା ତଥା ପ୍ରତିନିଧି ମାନଙ୍କୁ ସାମିଲ କରାଯାଉ ଥିବାବେଳେ ସୋନପୁର ଜିଲ୍ଲାରେ କିନ୍ତୁ ତାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ସେମାନଙ୍କୁ ସାମିଲ କରାନଯିବା ଅଗଣତାନ୍ତ୍ରିକ ବୋଲି ନବ ନିର୍ମାଣ କୃଷକ ସଂଗଠନ ରାଜ୍ୟ ଉପ ସଭାନେତ୍ରୀ ସୋନାଲି ବିଶି, ଜିଲ୍ଲା କୃଷକ ସଂଗଠନ ସଭାପତି ବୈକୁଣ୍ଠ ଶତପଥୀ, ପ୍ରଦ୍ୟୁମ୍ନ ପାଢ଼ୀ ପ୍ରମୁଖ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.