କବିତା : ନିରେଖି ଦେଖ

ଦକ୍ଷ ସାହୁ 

ତୁମେ ଶୁଣିଛ
ଦ୍ରୌପଦୀର ବସ୍ତ୍ରହରଣ,
ସୀତା ଉପରେ ହୋଇଥିବା ସନ୍ଦେହ,
ତୁମେ ଦେଖିଛ
ଝିଅ ଘର ଭିତରେ ଥରୁଥିବା,
ସଧବା ଚୁଲି ପାଖରେ କାନ୍ଦୁଥିବା ।

ତୁମେ ଭାବ
ନାରୀ ଦୁର୍ବଳା, ଶକ୍ତିହୀନା ଜୀବଟିଏ ।

ଆସ, ଏବେ ପୁଣି ଶୁଣିବା
କେମିତି କୁରୁପତି ସଭାସ୍ଥଳ
ଦ୍ରୌପଦୀ କ୍ରୋଧରେ ଜଳିଯାଇଥିଲା
ସୀତାର ବିରହରେ ରାମରାଇଜ
କେମିତି ହାହାକାର କରୁଥିଲା
କେମିତି ଶେଷହେଲା ସତ୍ୟଯୁଗ ।

ଏବେ ଟିକେ ନିରେଖି ଦେଖ
ପୁରୁଷ-ପ୍ରଭୁତ୍ୱ ଅଂଗାରରେ
କେମିତି ଡହଡହ ହୋଇ ଜଳୁଛି ନାରୀ ।

ସାବଧାନ୍, ଏବେ ଜଳିପୋଡ଼ି ଧ୍ୱଂସ ହେବ ଦୁନିଆ ।

କୁଶୁର୍ଲା, ମ.ରାମପୁର, କଳାହାଣ୍ଡି
ମୋ: ୭୭୫୧୮୨୨୪୦୭

ଏଠି କ୍ଲିକ୍ କରି ଓଡ଼ିଆ ବାର୍ତ୍ତାର ହ୍ଵାଟ୍ସଆପ୍ ଗ୍ରୁପ ଜଏନ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.