ସୁବର୍ଣ୍ଣପୁର ସହରରେ ସୁବର୍ଣ୍ଣ ମାଟି ଚା କପର ଶୁଭାରମ୍ଭ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତକାଲି ବୁଧବାର ଦିନ ସୋନପୁର ମ୍ୟୁନିସିପାଲଟିର କୁମ୍ଭାରପଡ଼ା ଠାରେ ମିଶନ ଶକ୍ତି ପକ୍ଷରୁ ଶ୍ରୀ ସମୃଦ୍ଧି ଉତ୍ପାଦକ ଗୋଷ୍ଠୀ ସୋନପୁରରେ କୁଲହଡ (ମାଟିକପ) ମେସିନର ଶୁଭ ଉଦ୍ଘାଟନ ହୋଇଯାଇଛି। ଜିଲ୍ଲାରେ ପ୍ରଥମ ଥର ପାଇଁ ସ୍ଵୟଂ ସହାୟକ ମହିଳାଙ୍କୁ ସ୍ୱାବଲମ୍ବୀ ତଥା ରୋଜଗାର ଯୋଗାଇବା ଲକ୍ଷ୍ୟରେ ଏହି ମେସିନ ସ୍ଥାପନ କରାଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅନ୍ୟା ଦାସ ଯୋଗ ଦେଇଥିବା ବେଳେ ଓରମାସର ଡେପୁଟି ସିଇଓ ତଥା ଜିଲ୍ଲା ସଂଯୋଜକ ବିଶ୍ବଜିତ ପରିଡ଼ା ଓ ମିଶନ ଶକ୍ତି ମହିଳା ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଏବେ ଯେଉଁ ଜନସାଧାରଣ ବହୁଳ ମାତ୍ରାରେ ପେପର କପରେ ଚା ପିଇବା ଦ୍ଵାରା ସେଥିରୁ ଉତ୍ପନ୍ନ ହେଉଥିବା ମାଇକ୍ରୋ ପ୍ଲାଷ୍ଟିକ ଚାହା ସହ ମିଶି କ୍ୟାନ୍ସର ତଥା ହରମୋହନ ଅସୁନ୍ତଳିତ ହୋଇ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଏହି ପ୍ରକଳ୍ପ ହେବା ଫଳରେ ମାଟି କପରେ ଚା ପିଇବା ପାଇଁ ଜିଲ୍ଲାବାସୀ ସୁଯୋଗ ପାଇବା ସହ ନିରୋଗୀ ରହିବେ। ଏଥିରେ ୩୦ ଜଣ ମହିଳା କାମ କରି ମାଟିକପ ତିଆରି ମେସିନରେ ଘଣ୍ଟାକୁ ୩୦୦ କପ ତିଆରି କରିପାରିବେ। ପ୍ରଥମେ ଏଥିରୁ ପ୍ରତିଦିନ ୧୮୦୦ ପିସ କପ୍ ତିଆରି ହେବାକୁ ଥିବାବେଳେ ଦିନକୁ ୩୬୦୦ ଟଙ୍କା ରୋଜଗାର କରି ମାସକୁ ୧ଲକ୍ଷ ୮ ହଜାର ପାଇ ପାରିବେ ବୋଲି ସୂଚନା ଦେଇଥିଲେ। ଏହାକୁ ନିଜ ବଜାରରେ ବିକ୍ରୀ କରିବାକୁ ସୁଯୋଗ ସୃଷ୍ଟି କରାଯିବ। ଏହି କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ସହିତ ବ୍ଲକ ସ୍ତରୀୟ ମହାସଂଘ ର ସଭାନେତ୍ରୀ ଓ ସମ୍ପାଦିକା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ ସଚିଦାନନ୍ଦ ବୁଡେକ, ବିପିଏସିଏ ମିଶନ ଶକ୍ତି ଅମିତ କୁମାର ଡାଙ୍ଗ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.