୫୦ କେଜି ଗଞ୍ଜେଇ ସହ ମହିନ୍ଦ୍ରା ସ୍କର୍ପିଓ ଜବତ, ୫ ଗିରଫ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସହରର କୁଞ୍ଜ ଛକ ପାଖରୁ ଜିଲ୍ଲା ଅବକାରୀ ବିଭାଗ ପାଞ୍ଚ ଜଣ ଚୋରା ଚାଲାଣ କରୁଥିବା ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ସୋନପୁର – ବୌଦ୍ଧ ରାସ୍ତାରେ ଯାଞ୍ଚ କରୁଥିବା ବେଳେ ବୌଦ୍ଧ ପଟରୁ ଆସୁଥିବା ଏକ ମାହିନ୍ଦ୍ରା ସ୍କର୍ପିଓ ଗାଡ଼ି ନଂ OD15AA-6331କୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୨ ଟି ଜରି ଅଖାରେ ଭର୍ତ୍ତି ଥିବା ୫୦ କେଜି ଗଞ୍ଜେଇ ଜବତ କରିବା ସହ ଗାଡିରେ ଥିବା ୫ ଜଣ ବେପାରୀ ଆସାମର କରୀମଗଞ୍ଜ ଜିଲ୍ଲା ନିବାସୀ ମହଫୁଜ ହୁସେନ(୨୪), ବରଗଡ ଜିଲ୍ଲା ବୁଡେନ ଥାନା ଅଞ୍ଚଳର ମନୋଜ ସାହୁ(୨୮), ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା ର ସତ୍ୟାନନ୍ଦ ବେହେରା (୩୧) ଏଵଂ ଝାରସୁଗୁଡ଼ା ଟାଉନ ଥାନା ଅଞ୍ଚଳ ର ଝୋଥିକା ଦାସ(୨୫), ଲଇକେରା ଥାନା କିମିରା ର ଜୀତେନ୍ଦ୍ର ପଟେଲ(୨୮)କୁ ଗିରଫ କରିଛି ଅବକାରୀ ବିଭାଗ। ଅବକାରୀ ଏସପି ପ୍ରବୀର ସାମଲ ଙ୍କ ନିର୍ଦ୍ଦେଶରେ ଏହି ଚଢାଉ ରେ ଅବକାରୀ ଇନ୍ସପେକ୍ଟର ପ୍ରକାଶ ସା ଙ୍କ ନେତୃତ୍ଵରେ ବିଭାଗ ର କର୍ମଚାରୀମାନେ କୁଞ୍ଜ ଛକ ପାଖରେ ଅପରାହ୍ନ ୩ଟା ବେଳେ ଏହି ଚଢାଉ କରିଥିବା ବେଳେ ପରେ ସନ୍ଧ୍ୟା ପ୍ରାୟ ୭ ଟା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ। ତେବେ ଅଭିଯୁକ୍ତ ମାନଙ୍କୁ ଗୁରୁବାର କୋର୍ଟ ଚଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.