ଗୌରୀ ଭାଇଙ୍କ ସ୍ମୃତିସଭାରେ ଶ୍ରଦ୍ଧା ନିବେଦନ କଲେ ବରିଷ୍ଠ ନେତୃବୃନ୍ଦ

ସମାଜ ପ୍ରତି ତାଙ୍କର ଅବଦାନ ପାଇଁ ସେ ସଦା ସ୍ମରଣୀୟ ହୋଇ ରହିବେ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ବ୍ରିଟ ଅଧ୍ୟକ୍ଷ ସ୍ବର୍ଗତ ଗୌରୀ କୁମାର ରାଉତଙ୍କ ସ୍ମୃତିରେ ଜିଲ୍ଲା ବିଜେଡ଼ି ଉପସଭାପତି ବରଦା ପ୍ରସନ୍ନ ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ସ୍ମୃତି ସଭା ‘ସ୍ମୃତିରେ ଗୌରୀ ଭାଇ’ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଯୋଗ ଦେଇ ସ୍ବର୍ଗତ ଗୌରୀ ଭାଇଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ମହାନ ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ତାଙ୍କ ବକ୍ତବ୍ୟରେ ସେ କହିଥିଲେ ଗୌରୀ ଭାଇ ଥିଲେ ଜଣେ ନିଷ୍କପଟ, ନିର୍ବିବାଦୀୟ ମଣିଷ ଯାହାଙ୍କୁ ରାଜନୀତିରୁ ଉର୍ଦ୍ଧ୍ଵରେ ରହି ସମସ୍ତେ ଭଲ ପାଉଥିଲେ। ସମାଜ ପ୍ରତି ଥିବା ଅବଦାନ ତାଙ୍କୁ ସବୁଦିନ ଅବିସ୍ମରଣୀୟ କରି ରଖିବ।

ପୂର୍ବତନ ମନ୍ତ୍ରୀ ତଥା ଜଳେଶ୍ଵରର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ଯୋଗ ଦେଇ ଗୌରୀ ଭାଇଙ୍କ ସାଙ୍ଗରେ ଥିବା ତାଙ୍କ ବିଗତ ଦିନର ସ୍ମୃତି ସବୁକୁ ମନେ ପକାଇଥିଲେ। ଜଣେ ଭଲ ହୃଦୟର ମଣିଷକୁ ଆମେ ହରାଇଲୁ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ଵର ମ୍ୟୁନିସପାଲିଟି ଅଧ୍ୟକ୍ଷା ସବିତା ସାହୁ, ବ୍ରିଟ୍ ଅଧ୍ୟକ୍ଷ ଆଲୋକ କୁମାର ସାହୁ, ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା, ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ବାଲେଶ୍ଵର ଅର୍ବାନ ବ୍ୟାଙ୍କ ସଭାପତି ସୂର୍ଯ୍ୟକାନ୍ତ କର, ଜିଲ୍ଲା ବିଜେଡ଼ି କୃଷକ ମୋର୍ଚ୍ଚା ସଭାପତି ଅଜୟ ସାମଲ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ତାପସ ପରିଡ଼ା, ବରିଷ୍ଠ ବିଜେଡ଼ି ନେତା ଭୁବନାନନ୍ଦ ଦାସ, ଗୌରୀ ବାରିକ, ଗତିକୃଷ୍ଣ ନନ୍ଦ, ରବୀନ୍ଦ୍ର ପରିଡ଼ା, ମଧୁସୁଦନ ସେନାପତି, ମହାଦେବ ଦାସ, ଗୋବିନ୍ଦ ପ୍ରସାଦ ଦାସ, ଆଡଭୋକେଟ୍ ମହମ୍ମଦ ଇସଲାମଙ୍କ ସମେତ ବହୁ ବିଜୁ ଜନତା ଦଳର କର୍ମୀ ଏବଂ ଶୁଭେଚ୍ଛୁ ଉପସ୍ଥିତ ରହି ଗୌରୀ ଭାଇଙ୍କ ସାଙ୍ଗରେ କଟାଇଥିବା ମୁହୂର୍ତ୍ତ ଗୁଡ଼ିକର ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଭାର ପ୍ରାରମ୍ଭରେ ସ୍ବର୍ଗତ ଗୌରୀ ଭାଇଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.