ଦୁର୍ଘଟଣାର ହବ ପାଲଟିଛି ନର୍ଲାର ଚିପୁଲ ବୁଲାଣି

ସ୍ପିଡ ବ୍ରେକର କିମ୍ବା ସ୍ପିଡ ଟ୍ରାକର କ୍ୟାମେରା ଲଗେଇବା ଦାବୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଚିପୁଲ ବୁଲାଣି ରାସ୍ତା ଦୁର୍ଘଟଣାର ହବ ପାଲଟିଛି। ଭବାନୀପାଟଣା- ଭୁବନେଶ୍ୱର ରାଜରାସ୍ତାର ଭବାନୀପାଟଣା ପଟୁ ନର୍ଲାର ପ୍ରବେଶ ଦ୍ଵାରରେ ରହିଥିବା ଏହି ବୁଲାଣିଟି ଗଛ ଲତାରେ ପରିବେଷ୍ଟିତ ହୋଇ ରହିଥିବାରୁ ଏଠାରେ ଦୁର୍ଘଟଣା ସଂଘଟିତ ହେବା ସାଧାରଣ ଘଟଣାରେ ପରିଣତ ହୋଇଯାଇଛି। ଗତ ନଭେମ୍ବର ମାସରେ ୪ ଗୋଟି ଦୁର୍ଘଟଣା ଘଟିଥିବା ବେଳେ ଗତ ୫ ବର୍ଷ ମଧ୍ୟରେ ଏଠାରେ ୩୦ ରୁ ଉର୍ଦ୍ଧ୍ବ ଦୁର୍ଘଟଣା ଘଟିଥିବା ଏକ ଆକଳନରୁ ଜଣାପଡିଛି। ୩୦ ଗୋଟି ଦୁର୍ଘଟଣା ମଧ୍ୟରୁ ୨୦ ଗୋଟି ଦୁର୍ଘଟଣା ଅତି ଭୟଙ୍କର ଦୁର୍ଘଟଣା ଭାବରେ ପରିଗଣିତ ହୋଇଛି। ଏଥିରେ ଅନେକ ଧନ ଜୀବନ ମଧ୍ଯ ଯାଇଛି। ଏଣୁ ଏଠାକାର ଦୁର୍ଘଟଣାକୁ ପ୍ରତିହତ କରିବାକୁ ହେଲେ ଚିପୁଲ ବୁଲାଣି ପୂର୍ବରୁ ଦୁଇପଟେ ଲମ୍ବା ସ୍ପିଡ ବ୍ରେକର କିମ୍ବା ସ୍ପିଡ ଟ୍ରାକର କ୍ୟାମେରା ଲଗାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.