ଜୟପାଟଣା ସହରର ଜେକେ ମୋବାଇଲ ଦୋକାନରୁ ଚୋରି: ସିସିଟିଭିରେ କଏଦ ହେଲା ଚୋରିର ଦୃଶ୍ୟ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରରେ ଥିବା ଜିତେନ୍ଦ୍ର ବେହେରାଙ୍କ ଜେ,କେ ମୋବାଇଲ ଦୋକାନରୁ ମଙ୍ଗଳବାର ମଧ୍ୟରାତ୍ରୀରେ କାନ୍ଥ ଫାଡ଼ି ଚୋରି ହୋଇଥିବା ବେଳେ ଅଠରରୁ ଉର୍ଦ୍ଧ୍ବ ଦାମୀ ମୋବାଇଲ ସହିତ ବ୍ଳୁ ଟୁଥ ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଯାଇଥିବା ସୁଚନା ମିଳିଛି। ଏହାର ଆନୁମାନିକ ମୂଲ୍ୟ ତିନି ଲକ୍ଷ ରୁ ଅଧିକ ହେବ ବୋଲି ଜଣାପଡିଛି। ଦୋକାନୀ ଜିତେନ୍ଦ୍ର ବେହେରାଙ୍କ କହିବା ଅନୁଯାୟୀ ସକାଳୁ ଆସି ଦୋକାନ ଖୋଲିବା ବେଳେ ଦେଖିଲେ ଦାମୀ ମୋବାଇଲ ଗୁଡ଼ିକ ଚୋରି ହୋଇଯାଇଅଛି।ଚୋରି ସମ୍ପର୍କ ଜୟପାଟଣା ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଏହି ଦୋକାନ ସହ ଅନ୍ୟ ଯାଗାରୁ ଚୋରି ହୋଇଥିବା ବେଳେ ଚୋରକୁ ଖୋଜିବା ଜୟପାଟଣା ପୋଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ହେବ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.