ଘୁଷୁରାମୁଣ୍ଡା ଫୁଟବଲ ଟୁର୍ନାମେଣ୍ଟ ସମ୍ପନ୍ନ: ଟିକ୍ରାପଡ଼ା ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ମୁରିବାହାଲ ବ୍ଲକ ଗୁଡ଼ିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ଗାଁରେ ନେହରୁ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ୧୬ତମ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଉଦଯାପନୀ ମ୍ୟାଚରେ ଘୁଷୁରାମୁଣ୍ଡା ଦଳକୁ ୨-୦ ଗୋଲରେ ହରାଇ ଟିକ୍ରାପଡ଼ା ଚମ୍ପିୟାନ ହୋଇଥିଲା। ବିନୋଦ ପ୍ରଧାନୀ, ବୁଲୁ ପ୍ରଧାନୀ, ପ୍ରିତମ ନାଏକ, ରାଜେଶ ସ୍ୱାଇଁ ଖେଳ ପରିଚାଳନା କରିଥିଲେ। କମିଟି ସଭାପତି ମାମରାଜ ବାଗଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ରାକେଶ ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ସାମାଜିକ କର୍ମୀ ପୁରନ୍ଦର ବାଗ, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ସାଂସଦଙ୍କ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଧାୟକଙ୍କ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଯୁବନେତା ଟୁନା ବାବା, ସମିତି ସଭ୍ୟ ସନ୍ୟାସୀ ପୁଟେଲ, ସାମାଜିକ କର୍ମୀ କେଦାର ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଚମ୍ପିୟାନ ଦଳକୁ ଟ୍ରଫି ସହ ୭ ହଜାର ଓ ରନର୍ସଅପ ଦଳକୁ ଟ୍ରଫି ସହ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ମଣ୍ଟୁ ଯାନୀ ମ୍ୟାନ ଅଫ ଦ ମ୍ୟାଚ, ରିୟାଜ ଖାଁ ଶ୍ରେଷ୍ଠ ଡିଫେନ୍ସ, ଶୁଭମ୍ ରାଜପଲିଆ ଶ୍ରେଷ୍ଠ ଗୋଲ କିପର ଓ ପିଣ୍ଟୁ ପଶାୟତ ଶ୍ରେଷ୍ଠ ସ୍କୋରର ଭାବେ ପୁରସ୍କୃତ ହୋଇଥିଲେ। ନରେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ନେହରୁ ସ୍ପୋର୍ଟିଂ କ୍ଲବ ସଦସ୍ୟଗଣ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.