କମର୍ଦ୍ଧା ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମରା-୨୦୨୫ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ଗ୍ରାମପଞ୍ଚାୟତ ଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମରା-୨୦୨୫ ମଙ୍ଗଳବାର ପାଳିତ ହେଇଯାଇଛି। ଲୋକ ସଂସ୍କୃତି, ପରମ୍ପରା, ଲୋକଗୀତ ଓ ଲୋକନୃତ୍ୟର ବାର୍ତ୍ତାବହକୁ ନେଇ ପ୍ରତିବର୍ଷ ପାଳନ ହୋଇଥାଏ କଳାହାଣ୍ଡି ଉତ୍ସବ ଘୁମୁରା। ପ୍ରତି ବର୍ଷ କଳାହାଣ୍ଡି ଉତ୍ସବ ଘୁମୁରା ଉତ୍ସବକୁ ଜିଲ୍ଲାର ସମସ୍ତ ପଞ୍ଚାୟତ ଓ ବ୍ଲକ ସ୍ତରରେ ମହାସମାରୋହରେ ପାଳନ କରାଯାଉଛି। ତେବେ କମର୍ଦ୍ଧା ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ଉଦଘାଟନ ହେବା ପୂର୍ବରୁ ଏକ ଶୋଭାଯାତ୍ରାରେ ବାହାରି ଗାଁ ଧରଣୀ ଗୁଡିରୁ ମଶାଲ ଆଣି ମଞ୍ଚ ସ୍ଥଳକୁ ଅଣାଆଯାଇଥିଲା ଏଥିରେ ସମସ୍ତ ଅତିଥି ମାଁ ମାଣିକେଶ୍ବରୀ ଫୋଟୋରେ ପୁଷ୍ପମାଲ୍ୟ ଦେଇ ଦିପ ପ୍ରଜ୍ୱଳନ କରି ନଡ଼ିଆ ଭାଙ୍ଗି କାର୍ଯ୍ୟକ୍ରମ ଆରମ୍ଭ କରିଥିଲ। କମର୍ଦ୍ଧା ସରପଞ୍ଚ ସୁଶୀଳା ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶିକ୍ଷକ ସତ୍ୟାତନ ବେରୁକ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ବୁଦ୍ଧିଆ, କୃଷି ଅଧିକାରୀ ଦିବ୍ୟ ରଞ୍ଜନ ନାଏକ,କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ଅନିଲ କୁମାର ସାହୁ, ସାମ୍ବାଦିକ ନିଲେଶ କୁମାର ନାଗ, ସନ୍ତୋଷ କୁମାର ତୁଳ, ଏଡିଓ ଆୟୁଷ୍ମାନ ଉତ୍କଳ ବୁଦ୍ଧିଆ, ସମିତି ସଭ୍ୟଙ୍କ ପ୍ରତିନିଧି ଭଗବାନ ମାଝୀ,କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ଅନିଲ କୁମାର ସାହୁ, ପ୍ରମୁଖ ମଞ୍ଚାସୀନ ଥିଲେ। କମର୍ଦ୍ଧା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମହାଦେବ ସୁନାନୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀଙ୍କ ନୃତ୍ୟ, ଗୀତ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଏଥିରେ ଯୋଗାଣ ସହାୟକ ମିଲନ ମିଶ୍ରଙ୍କ ନେତୃତ୍ବରେ ଏମବିକେ ଭାରତୀ ବୁଦ୍ଧିଆ, ଜିଓଟେଗ୍ ପରେଶ ବୁଦ୍ଧିଆ,ପର୍ଶୁରାମ ଝାଙ୍କର, ସୁଶାନ୍ତ ପଟ୍ଟନାୟକ,ଦିବ୍ୟ ବୁଦ୍ଧିଆ, ସାଦୁରାମ ମାଝୀ, ତ୍ରିଲୋଚନ ପୁଟେଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ବିଭୁତି ଭୁଷଣ ତାଣ୍ଡି । ଏଥିରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନୱାଡ଼ି କର୍ମୀ, ସିଆରପି, ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ସେହିପରି ବ୍ଲକର ଗୁଣ୍ଡୁରୀ, କାନକୁଟ୍ରୁ, ବନ୍ଧପାରୀ ପଞ୍ଚାୟତରେ ମଧ୍ୟ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’୨୦୨୫ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.