ଘଣ୍ଟମାଳରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଯାଇଛି ପଞ୍ଚାୟତ ଓ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୫। ଆସନ୍ତା ୧୪ ମକର ସଂକ୍ରାନ୍ତିରୁ ଜିଲ୍ଲାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଟିତ ହେବ। ଏଣୁ ଏହା ପୂର୍ବରୁ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ସାରିବେ ବ୍ଲକ କତ୍ତୃପକ୍ଷ। ଏହି କ୍ରମରେ ନର୍ଲା ବ୍ଲକରେ ଆସନ୍ତା ୧୧/୧ ଶନିବାର ଦିନ ଅନୁଷ୍ଠିତ ହେବ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ- ଘୁମୁରା- -୨୦୨୫। ଏଣୁ ନର୍ଲା ବ୍ଲକ ଅଧିନସ୍ଥ ସମସ୍ତ ୨୬ ଗୋଟି ଗ୍ରାମ ପଞ୍ଚାୟତ ଆସନ୍ତା ୯/୧ ମଧ୍ୟରେ ସାରିବେ ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ। ଏହି କ୍ରମରେ ମଙ୍ଗଳବାର ନର୍ଲା ବ୍ଲକ ଅଧିନସ୍ଥ ରାକ୍ସୀ ଗ୍ରାମ ପଞ୍ଚାୟତ ଓ କର୍ମେଗାଁ ଗ୍ରାମ ପଞ୍ଚାୟତର ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ସମ୍ପନ୍ନ ହୋଇସାରିଥିବା ବେଳେ ବୁଧବାର ୨୦ ଗୋଟି ଗ୍ରାମ ପଞ୍ଚାୟତର କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୫ ସମ୍ପନ୍ନ ହୋଇଯାଇଛି।

Omkar Vasthu
Omkar Vasthu

ଏହି କ୍ରମରେ ବୁଧବାର ଘଣ୍ଟମାଳ ଗ୍ରାମ ପଞ୍ଚାୟତର କଳାହାଣ୍ଡି ଉତ୍ସବ ଘୁମୁରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁର୍ବାହ୍ନ ୧୧ ଘଣ୍ଟା ସମୟରେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସାଙ୍କ ନେତୃତ୍ୱରେ ସ୍ଥାନୀୟ ଶିବ ମନ୍ଦିରରୁ ମଶାଲ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମଞ୍ଚରେ ମଶାଲ ସ୍ଥାପନ ପରେ ପ୍ରଥମ ଅଧିବେସନ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣି ସାହୁ, ଯୁବନେତା ରାଜେଶ ପାଠକ, ଘଣ୍ଟମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରୀବିକ୍ରମ ଷଢଙ୍ଗୀ, ଘଣ୍ଟମାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ଲଳିତ ସାହୁ, ଘଣ୍ଟମାଳ ନାଏବ ସରପଞ୍ଚ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା। ମହିଳା ମାନଙ୍କୁ ନେଇ ହୁଳହୁଳି, କେଶ ସଜ୍ଜା, ଫୁଲତୋଡା ନିର୍ମାଣ ଭଳି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ମଧ୍ୟାହ୍ନ ଭୋଜନ ପରେ ଦ୍ୱିତୀୟ ଅଧିବେସନ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଯୋଗଦାନ କରି ମାର୍ଗଦର୍ଶନ ଦେବା ସହ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ସମ୍ମାନୀତ ଅତିଥି ଭାବରେ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ବନବିଭାଗ ଅଧିକାରିଣୀ ଜ୍ୟୋତ୍ସ୍ନା ବେହେରା, ପୁର୍ବତନ ସମିତି ସଦସ୍ୟ ଯୁଧିଷ୍ଠିର ଗଉଡ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀ ଓ କୃତୀ ମହିଳା ମାନଙ୍କୁ ପୁରସ୍କୃତ କରିଥିଲେ। ଗ୍ରାମ ପଞ୍ଚାୟତ ଅଧିନସ୍ଥ ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଛାତ୍ରୀ ଗୋଟାଏ ଲେଖାଏଁ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। କେଶପଲାର ପ୍ରଧାନ ଶିକ୍ଷକ ଧନୁର୍ଦ୍ଧର ସିଂ ମଞ୍ଚ ପରିଚାଳନା କରିଥିଲେ। ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆରତୀ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଘଣ୍ଟମାଳ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ତ୍ରୀବିକ୍ରମ ଷଢଙ୍ଗୀ, ଜିଆରଏସ ରାଜଲକ୍ଷ୍ମୀ ମାଝୀ, ଜୋଗାଣ ସହାୟକ ବାବୁଲା ଗୌଡ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସରପଞ୍ଚ ଶ୍ରୀ ସା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.