ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲାର ତାରାତାରିଣୀ ଛକରେ ଥିବା ବଣିକ ସଂଘ ତରଫରୁ ଯୁବଗୋଷ୍ଠୀଙ୍କ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏଥିରେ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ। ପରିବେଶକୁ ସଫା ରଖିବା ଏବଂ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆମ ପରିବେଶ ସୁନ୍ଦରତାକୁ ଦେଖି ଆକର୍ଷତ କରିବା ପାଇଁ ଆଗକୁ ମଧ୍ୟ ଉଦ୍ୟମ ଜାରି ରହିବ ବୋଲି ବଣିକ ସଂଘ ପକ୍ଷରୁ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ତାରାତାରିଣୀ ବଣିକ ସଂଘ ସଭାପତି ରବୀନ୍ଦ୍ରନାଥ ପଣ୍ଡା, ସମ୍ପାଦକ ସୁଦାମ ସାସମଲ, ଓ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାତ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ଦାସ, ଲିଙ୍ଗରାଜ ପଣ୍ଡା, ପବିତ୍ର ତରେଇ, କୃଷ୍ଣ ଗୌଡ଼, ରବୀନ୍ଦ୍ର ସାବତ, ରଂଜନ ସାହୁ , ସୁଶାନ୍ତ ସାହୁ, ଲିଟୁ ପଣ୍ଡା, ଦିପୁ ସାମନ୍ତରାୟ, ପ୍ରଦୀପ ପଣ୍ଡା, ଚନ୍ଦ୍ରଶେଖର ସାହୁ, ସମସ୍ତ କମିଟି ସଦସ୍ୟ ଓ ସମସ୍ତ ସଭ୍ୟ ଓ ରଣଝାଲି ସରପଞ୍ଚଙ୍କ ଉପସ୍ଥିତିରେ ବଜାର ସଫେଇ କାର୍ଯ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପ୍ରତିଦିନ ଚାଲୁ ରହିବ ବୋଲି ଜଣାପଡିଛି। ସଫେଇ କାର୍ଯ ପାଇଁ ଆବଶ୍ୟକ ସାମଗ୍ରୀ ରଣଝାଲି ସରପଞ୍ଚ ଅନିତା ପ୍ରଧାନ ଯୋଗାଇଥିଲେ।