ଇନ୍ଦିରା ଡିଗ୍ରୀ କଲେଜର ୪୦ ତମ ବାର୍ଷିକ ଉତ୍ସବରେ ନିୟୁ ଏକାଡେମୀକ ବିଲ୍ଡିଂ ଉଦଘାଟନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜର ୪୦ ତମ ବାର୍ଷିକୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ ଥିବା ବେଳେ, ସମ୍ମାନିତ ଅତିଥି ଭାବେ ସାଂସଦ ମାଲବିକା ଦେବୀ,ବିଧାୟକ ଦିବ୍ୟଶଙ୍କର ମିଶ୍ର,ବିଧାୟକ ସୁଧୀର ପଟ୍ଟଯୋଶୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, କଲେଜ ଗଭର୍ନିଂ ବଡ଼ି ମେମ୍ବର ବିଭୁତି ଭୂଷଣ ପଣ୍ଡା ଓ କଲେଜ ଅଧ୍ଯକ୍ଷ ବିଭୁତି ଭୂଷଣ ମେହେର ପ୍ରମୁଖ ମଞ୍ଚାସିନ ଥିଲେ। ଏଠାରେ ମନ୍ତ୍ରୀଙ୍କ ଦ୍ବାରା କଲେଜର ନିୟୁ ଏକାଡେମୀକ ବିଲ୍ଡିଂ ଉଦଘାଟିତ ହୋଇଥିଲା। କଲେଜ ର ଛାତ୍ରଛାତ୍ରୀ ମାନେ ମୁଖ୍ୟତଃ ମହିଳା ଛାତ୍ରାବାସ ନିର୍ମାଣ, ପିଜି ପାଠ୍ୟକ୍ରମ ଓ ଅନ୍ୟାନ୍ୟ ଦାବିପତ୍ର ଦେଇଥିଲେ, ସେହିପରି ଜୁନାଗଡ ବାସୀ ମଧ୍ଯ ଜୁନାଗତ ମହୋତ୍ସବ ଆୟୋଜନ ପାଇଁ ଦାବିପତ୍ର ଦେଇଥିଲେ। ପରେ ଶିକ୍ଷା ର ଉନ୍ନତି ରେ ହିଁ ରାଷ୍ଟ୍ର ର ବିକାଶ ହୋଇଥାଏ। ଅର୍ଥନୈତିକ ଉନ୍ନତି ପାଇଁ ଶିକ୍ଷା ନିତାନ୍ତ ଆବଶ୍ୟକ ଓ ଆମେ ସମସ୍ତେ ଗୁଣାତ୍ମକ ଶିକ୍ଷା ଯେମିତି ଛାତ୍ରଛାତ୍ରୀ ପାଇ ପାରିବେ ତା ପାଇଁ ନିହାତି ଯତ୍ନବାନ ହେବା କଥା ଓ ଆମ ସରକାର ମଧ୍ଯ ବେଶ୍ ଯତ୍ନବାନ ଅଛି। ପ୍ରତି ସବ୍‌ ଡିଭିଜନ ରେ ଗୋଟିଏ ପିଜି କଲେଜ ନିର୍ମାଣ ପାଇଁ ସରକାର ଯୋଜନା କରିସାରିଛନ୍ତି। ଜୁନାଗତ ଅଞ୍ଚଳର ଉନ୍ନତି ପାଇଁ ଯେତେବେଳେ ଯାହା ଆବଶ୍ୟକତା ପଡ଼ିବ ନିଶ୍ଚିତ ଭାବରେ ମୁଁ ସରକାରଙ୍କ ଦ୍ବାରା ସଫଳ କରେଇବା ପାଇଁ ଚେଷ୍ଟା କରିବି ବୋଲି ନିଜ ଅଭିଭାଷଣ ରେ କହିଥିଲେ। ବାର୍ଷିକୋତ୍ସବରେ ଜୁନାଗଡ଼ ସହରର ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକ, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ, ସମେତ କଲେଜ କର୍ମଚାରୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଅଧ୍ୟାପକ ବିଶ୍ବରଂନ ବେହେରା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ପ୍ରିୟବ୍ରତ ବାଣୁଆ ଧନ୍ୟବାଦ୍ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.