ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଖର୍ସେଲବାଞ୍ଜି ଶିକ୍ଷା କ୍ଲଷ୍ଟର ଅଧିନ ପଟନିପିଟା ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା | ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ସଲତର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ | ସିଆରସିସି ଶମ୍ଭୁପ୍ରସାଦ ନାଏକ ମୌଖିକ ଭାଷା ବିକାଶ ଓ ଲିଖନ, ଡିକୋଡିଂ ଓ ଲିଖନ ତଥା ଶିକ୍ଷଣ ସମ୍ବନ୍ଧୀୟ ଅନ୍ୟାନ୍ୟ ବିଷୟରେ ବୁଝାଇଥିଲେ |ଗିରିଧାରୀ ବେଣ୍ଟକାର, ଆଲୋକ ଗହୀର, ଯାମିନୀ ଧରୁଆ, ବିବେକାନନ୍ଦ ଛତ୍ରିଆ, ଗୀତା କୁଅଁର, ବିବେକ ଦେଇ ଛତ୍ରିଆ, ମିଥିଲା ଜଗତ, ମୀନାକୁମାରୀ ନାଏକ ପ୍ରମୁଖ ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ରହିଥିଲେ | ଈଶ୍ୱରଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ଓ ତ୍ରିନାଥ କୁମୁରା ଧନ୍ୟବାଦ ଅର୍ପଣ କରିଥିଲେ |