ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ୧୫ତମ ଜାତୀୟ ମତଦାତା ଦିବସ-୨୦୨୫ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ଛବିଲାଲ ସାହୁ ଏହି ବର୍ଷର ଜାତୀୟ ମତଦାତା ଦିବସର ଶିର୍ଷକ ବିଷୟରେ ଆଲୋଚନା କରି ସପଥପାଠ କରାଇଥିଲେ। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନନ୍ଦ୍ର ଦାଶ ନୂତନ ଭୋଟର ମାନଙ୍କୁ ନିଜ ନାମ ପଞ୍ଜିକରଣ କରି ଭାରତର ସର୍ବୋଚ୍ଚ ଗଣତାନ୍ତ୍ରୀକ ପର୍ବ ମତଦାନରେ ଭାଗନେବା ପାଇଁ ପ୍ରେରଣା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଶୁଭେନ୍ଧୁ କୁମାର ପାଢୀ, ପରମେଶ୍ୱର ମୁଣ୍ଡ, ଶୁଶାନ୍ତ କୁମାର ଦାଶ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.