ନାଗଝରୀରେ ନର୍ଲା ଦୋରା ସମାଜର ମକର ପାଣ୍ଡୁଗ ଭେଟଘାଟ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦୋରା ସଂପ୍ରଦାୟର ସଂକୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ନର୍ଲା ଅଞ୍ଚଳର ଦୋରା ସମାଜ ଗତ ଦୁଇ ବର୍ଷ ହେଲା ଆୟୋଜନ କରିଆସୁଛି ମକର ପାଣ୍ଡୁଗ ପର୍ବ। କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ଦୋରା ସମାଜ ଏଥରକ ୨ୟ ତମ ମକର ପାଣ୍ଡୁଗ ଭେଟଘଟ- ୨୦୨୫ କାର୍ଯ୍ୟକ୍ରମ ନର୍ଲା ବ୍ଲକ ବଡ଼ଧାରପୁର ଗ୍ରାମ ପଞ୍ଚାୟତର ନାଗଝରି ଠାରେ ଭବ୍ୟ ଆୟୋଜନ କରିଥିଲା। ନର୍ଲା ଦୋରା ସମାଜ ଅଞ୍ଚଳ ସଭାପତି ବୀରକିଶୋର ଦୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଅବହେଳିତ ଦୋରା ମହାସଂଘ ସଭାପତି ସତ୍ୟମ ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ବଡଧାରପୁର ସରପଞ୍ଚ ପର୍ଶୁରାମ ହରପାଲ, ରାଜ୍ୟ ଅବହେଳିତ ଦୋରା ମହାସଂଘର ସମ୍ପାଦକ ମୁକୁନ୍ଦ ଦୋରା, ଜିଲ୍ଲା ଦୋରା ମହାସଂଘର କଳାହାଣ୍ଡିର ସଭାପତି ଦଶରଥ ପାତ୍ର, ଲାଞ୍ଜିଗଡ଼ ଅଞ୍ଚଳ ସଭାପତି ବିଶିକେସନ ଆର୍ଯ୍ୟା, ବିଷମକଟକ ଅଞ୍ଚଳ ସଭାପତି ମୋହନ ପାଡ଼ାଲୁ, ଜିଲ୍ଲା ଦୋରା ସମାଜର ଉପଦେଷ୍ଟା ଅକ୍ଷୟ ଦୋରା ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ ଦେଇଥିଲେ।

ଦୋରା ସମାଜର ବରିଷ୍ଠ ସଦସ୍ୟ ଥବିର ଦୋରା ଓ ମଧୁସୂଦନ ଦୋରା ମଞ୍ଚ ପରିଚାଳନା କରିଥିଲେ। ସରୋଜ ଦୋରା,ଶରତ ଦୋରା, ସମସ୍ତ ଦୋରା ସମାଜର ପଲ୍ଲୀ ସଭ୍ୟ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଲୋକକଳା ସହ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓ କୃତୀ ପ୍ରତୀ ଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ମହା ଆଡମ୍ବର ସହ ପାଳିତ ହୋଇଥିଲା ଦୋରା ସମାଜର ଏହି ବାର୍ଷିକ ପାଣ୍ଡୁଗ ପର୍ବ। ଦୋରା ସମାଜର ଚାଲିଚଳଣି, ସଂସ୍କୃତି ଓ ପରମ୍ପରା ଆଦିବାସୀ ସମ୍ପ୍ରଦାୟ ସହ ସମାନତା ଥିଲେ ମଧ୍ୟ ଏହି ସମ୍ପ୍ରଦାୟକୁ ସରକାର ଏଯାଏଁ ଆସିବାସୀ ମାନ୍ୟତା ଦେଇନଥିବାରୁ ସଭାରେ କ୍ଷୋଭ ପ୍ରକାଶ ପାଇଥିଲା। ଏବଂ ଶୀଘ୍ର ଏହି ଦୋରା ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବାପାଇଁ ଦୃଢ଼ ଦାବୀ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.