ଫଟାମୁଣ୍ଡା ଗ୍ରାମରେ ଘର ଭଙ୍ଗାରୂଜା ଓ ପରିବାର ଲୋକଙ୍କୁ ଆକ୍ରମଣ କରିଥିବା ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା ସଭାପତି ଲକ୍ଷ୍ମଣ ବାଗ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଜିଲ୍ଳା ସଇଁତଳା ଥାନା ଟିକ୍ରାପଡ଼ା ଫାଣ୍ଡି ଅଞ୍ଚଳର ଫଟାମୁଣ୍ଡା ଗ୍ରାମରେ ଗତ ଜାନୁଆରୀ ୫ ତାରିଖରେ ହଜାର ହଜାର ଲୋକ ବିଭିନ୍ନ ମାରଣାସ୍ତ୍ର ଧରି ଗ୍ରାମରେ ପ୍ରେମ କଠାରଙ୍କ ଘର ଭଙ୍ଗା ରୂଜା ଓ ମହିଳା ସଦସ୍ୟାମାନଙ୍କ ଉପରେ ଆକ୍ରମଣ ଘଟଣାରେ ସାମିଲ ଥିବା ଦୋଷୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସଇଁତଳା ଥାନା ଆସି ଥାନା ଅଧିକାରୀ ଶୁଶାନ୍ତ ବଢେଇ ଙ୍କୁ ଦାବୀ ପତ୍ର ଦେଇଛନ୍ତି। ଅନ୍ୟପକ୍ଷରେ ଆଗାମୀ ୧୬ ତାରିଖରେ ହଜାର ହଜାର ଯାଦବ ସଂଘ କର୍ମକର୍ତ୍ତା ଥାନା ସାମ୍ନାରେ ଧାରଣା ଦେବେ ବୋଲି କହିଛନ୍ତି।

ଘଟଣାନୁସାରେ ଗତ ମାସ ୫ ତାରିଖ ରେ ଟିକ୍ରାପଦା ଫାଣ୍ଡି ଫଟାମୁଣ୍ଡା ଗାଁରେ ରେଲି ସମୟ ରେ ଜଣେ ଯାଦବ ପରିବାରଙ୍କ ଘରକୁ ଟେକା ପଥର ମାରିବା ସହ କପାଟ ଆସବାପତ୍ର କୁ ଭଙ୍ଗାରୁଜା କରିବା ସହିତ ଜୀବନରେ ମାରିଦେବା ଧମକ ଚମକ ଦେଇଥିଲେ। ଏହି ଘଟଣା ନେଇ ପ୍ରେମ କଠାରଙ୍କ ପତ୍ନୀ କୁମ କଠାର ଲିଖିତ ଅଭିଯୋଗ ଭିର୍ତ୍ତି ସଇଁତଲା ପୋଲିସ ଥାନା କେଶ ନଂ 13 /25 ଏକ ମାମଲା ରୁଜୁ ପୋଲିସ କରି ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନାରାୟଣ ଭୋଇ ଓ କୀର୍ତ୍ତି ଭୋଇ।

ଆଦିବାସୀଙ୍କ ଜମିରେ ଜୋର ଜବରଦସ୍ତି ପ୍ରେମ କଠାର ମନରେଗା କାମ କରୁଥିବା ଯୋଗୁଁ ଗ୍ରାମର ଧନିରାମ ଭୋଇ ଓ ଧନୁ ମହାନନ୍ଦ ବିରୋଧ କରିଥିଲେ। ଏହାକୁ ନେଇ ଗତ କିଛି ଦିନତଳେ ଉଭୟ ଗୋଷ୍ଠୀ ମଧ୍ୟରେ ମାଡ ପିଟ ହୋଇ ଫାଣ୍ଡି ରେ ଅଭିଯୋଗ ହୋଇଥିଲା। ଘଟଣା କୁ ନେଇ ଗ୍ରାମରେ ଏକ ଶାନ୍ତି କମିଟି ଗଠନ କରି ପ୍ରଶାସନ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଗତ ଦୁଇ ଦିନ ତଳେ ଯାଦବ ସମାଜ ର ପଦାଧିକାରୀ ମାନେ ଦୋଷୀ ଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ଅଭିଯୋଗ ଅନୁସାରେ ପୋଲିସ ନାରାୟଣ ଭୋଇ ଓ କୀର୍ତ୍ତି ଭୋଇଙ୍କୁ ଗିରଫ କରିଥିଲେ। ତେବେ ଆଜି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ ଯାଦବ ସଂଘର କର୍ମକର୍ତ୍ତା ସଇଁତଳା ଥାନାରେ ପହଞ୍ଚି ଫଟାମୁଣ୍ଡା ଘଟଣାରେ ସଂପୃକ୍ତ ଦୋଷୀମାମଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.