କୋକସରାର ନୂତନ ବିଇଓଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଶୁକ୍ରବାର ମହେଶ କୁମାର ଭାଟି କାର୍ଯ୍ୟରେ ଯୋଗଦେଇଛନ୍ତି। ଏହି କ୍ରମରେ କୋକସରା ପ୍ରାଥମିକ ଶିକ୍ଷକ ସଂଘ (ହରିପୁର ରୋଡ଼ କଟକ) ତରଫରୁ ନୂତନ ବିଇଓ ଶ୍ରୀଭାଟିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥିସହ କୋକସରା ବ୍ଳକ ଶିକ୍ଷା ବିଭାଗରେ ଥିବା ସମସ୍ୟାକୁ ସମାଧାନ କରିବା ପାଇଁ ମଧ୍ୟ ସଂଘ ପକ୍ଷରୁ ନୂତନ ବିଇଓଙ୍କୁ ଅନୁରୋଧ କରାଯାଇଛି। ଏହି ସ୍ବାଗତ ସମ୍ବର୍ଦ୍ଧନା ସମୟରେ ସଭାପତି ଭୁରିଶ୍ରବା ଜାଲ, ସମ୍ପାଦକ ସୁଭାଷ ଚନ୍ଦ୍ର ବାଗ, ଉପ ସଭାପତି ବିରକିଶୋର ନାଗ, ଅତୁଲ୍ୟ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ, ଉପେନ୍ଦ୍ର ସାହୁ, ଲିଙ୍ଗରାଜ ନାଏକ, ଅମୁଲ୍ୟ ବେହେରା, ସୁମନ ଅର୍ପିତ ପଣ୍ଡା, ଦିପ୍ତିରଞ୍ଜନ ଅଧିକାରୀ, ମଦନଲାଲ ନାଏକ, ଅଜିତ୍ କୁମାର ସାହୁ, କପିଳ ଚନ୍ଦ୍ର ଶବର, ଲାବାନ୍ୟନିଧି ରାଉତ, ସୁରେନ୍ଦୁ ପ୍ରସାଦ ପଣ୍ଡା, ରଶ୍ମି ରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.