ସୌନ୍ଦର୍ଯ୍ୟକରଣ ସହିତ ବାବାସାହେବଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଭବାନୀପାଟଣା ସହରର ନକଟିଗୁଡା ଛକରେ ଥିବା ବାବାସାହେବଙ୍କ ପୁରୁଣା ପ୍ରତିମୂର୍ତ୍ତିକୁ ହଟାଇ ନୂତନ ପ୍ରତିମୂର୍ତ୍ତିର ସୌନ୍ଦର୍ଯ୍ୟକରଣ ସହିତ ଫେବୃୟାରୀ ୨୮ ତାରିଖ ଅପରାହ୍ନରେ ଉଦ୍ଘାଟିତ ହୋଇ ଯାଇଛି । ଏହି ଅବସରରେ ପୌରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, ଏମ୍.ଇ ବୀର ସିଂ ବଳିୟାର, ଆସିଷ୍ଟାଣ୍ଟ ଜେ.ଇ. ରାଧାମୋହନ ରାୟ, କାଉନସିଲର ରଞ୍ଜୁକ୍ତା ପ୍ରଧାନ, ଏଓଏସସିଏଫ୍ ସଭାପତି ଶ୍ରୀବତ୍ସ ତାଣ୍ଡି, ଏଓଏସସିଏଫ୍ର ବରିଷ୍ଠ ଉପଦେଷ୍ଟା ପ୍ରେମାନନ୍ଦ ବାଗ, ବସନ୍ତ ନାଏକ, ରାମକୁମାର ନାଏକ, ଷ୍ଟେଚ୍ୟୁ ପ୍ରତିଷ୍ଠା ସଦସ୍ୟ ସୁଗ୍ରୀବ ଦୀପ, ଏଓଏସସିଏଫ୍ ସାଧାରଣ ସଂପାଦକ ସୂର୍ଯ୍ୟ ନାରାୟଣ କୁମାରଙ୍କ ସମେତ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବିଭିନ୍ନ ବୈଷୟିକ ସମସ୍ୟା ଯୋଗୁଁ ନିର୍ମାଣ କାର୍ଯ୍ୟ ଚୂଡାନ୍ତ ହେବାରେ ବିଳମ୍ୱ ହୋଇଥିଲା । ଏଥିପାଇଁ ଏଓଏସସିଏଫ୍ ସଂଗଠନର ଅହରହ ପ୍ରୟାସ ପରେ ବହୁଦିନର ଆଶା ପୂରଣ ହୋଇ ପାରିଛି । ସଂଗଠନର କର୍ମକର୍ତ୍ତା ପୌରପାଳିକାର ସମସ୍ତ ଅଧିକାରୀ ଓ କାଉନସିଲର ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.