ବୁଦେଲପଦର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ତୁଳା ଗାଁ କ୍ଲଷ୍ଟରର ବୁଦେଲପଦର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଗୁଣନିଧି ପଧାନଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସିସି ଗୋବର୍ଦ୍ଧନ ମାଝୀ, ସମ୍ମାନିତ ଅତିଥି ଭାବରେ ଅନ୍ୟତମ ଅତିରିକ୍ତ ଶିକ୍ଷା ଅଧିକାରୀ ସୂର୍ଯ୍ୟଦେବ ବାଗ, ତୁଳା ଗାଁ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ହେମନ୍ତ କୁମାର ସାହୁ, ବୁଦେଲପଦର ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶିକ୍ଷକ ଅବସର ପ୍ରାପ୍ତ କୀର୍ତ୍ତନ ନାଗ, ଅନ୍ୟତମ ଅବସର ପ୍ରାପ୍ତ ଶିକ୍ଷକ ଦିଲ୍ଲୀପ ଗହିର, ବେହେରାପାଟି ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚିତ୍ରଲେଖା ମହାପାତ୍ର, ସହଦେବ କରୁଆଁ, ସମାଜ ସେବୀ ନରସିଂହ ଥପା, ଗ୍ରାମର ଗୌନ୍ତିଆ କୃଷ୍ଣଚନ୍ଦ୍ର ମାଝୀ, ବିଦ୍ୟାଳୟ ସଭାନେତ୍ରୀ ମମତା ମାଝୀ ଓ ମୁଖ୍ୟ ବକ୍ତା ଭାବେ ତୁଳା ଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଚ୍ୟୁତ ବାରିକ ଯୋଗ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ମଞ୍ଚ ପରିଚାଳନା ଶିକ୍ଷକ କ୍ଷିତିଶ ଚନ୍ଦ୍ର ମାଝୀ କରି ଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଶିଷ୍ଟ ମଞ୍ଚ ପରିଚାଳକ ଶିକ୍ଷକ ଲଳିତ ଭୋଇ ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମର ସହଯୋଗ ସହ ଶିକ୍ଷକ ଅଭୟ କୁମାର ନାଏକ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.