ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଜୁନିୟର କଲେଜର କର୍ମଚାରୀ ଲାଲପଣ୍ଡା ବୃନ୍ଦାବନ ଗୌଡଙ୍କ କାର୍ଯ୍ୟକାଳ ଫେବୃୟାରୀ ୨୮ ରେ ସରିଯାଇଛି । ଏଥିପାଇଁ କଲେଜ ତରଫରୁ ତାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏନେଇ କଲେଜର ସମ୍ମେଳନ କକ୍ଷରେ ପ୍ରିନସପାଲ ଭବାନୀଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ସଭାପତି ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଶ୍ରୀ ଗୌଡଙ୍କ ନର୍ଲା ଜୁନିୟର କଲେଜରେ କାର୍ଯ୍ୟକାଳ ସମୟରେ ତାଙ୍କର ସମୟାନୁବର୍ତ୍ତିତା, କର୍ତ୍ତବ୍ୟନିଷ୍ଠତା ଓ କଲେଜ ପ୍ରତି ଆନୁଗତ୍ୟତା ବିଷୟରେ ବଖାଣି ସ୍ମୃତିଚାରଣ କରିବା ସହ ତାଙ୍କର ଅବସରକାଳୀନ ଜୀବନ ସୁଖମୟ ହେଉ ବୋଲି ମନାସୀ ଥିଲେ । ଅବସର ନେଇ କଲେଜରୁ ବିଦାୟ ନେଇ ଚାଲିଯାଉଥିଲେ ମଧ୍ୟ ବିଦ୍ୟାଳୟର ଗଣେଶ ପୂଜା, ସରସ୍ୱତୀ ପୂଜା, ବାର୍ଷିକ ଉତ୍ସବ ଭଳି ପ୍ରତ୍ୟେକ ଉତ୍ସବରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିବେ ବୋଲି ଶ୍ରୀ ଦାସ ଶ୍ରୀ ଗଉଡଙ୍କୁ ଅନୁରୋଧ କରିଥିଲେ । ସେହିଭଳି ବିଦ୍ୟାଳୟର ଶାରିରୀକ ଶିକ୍ଷକ ସୁମନ୍ତ ପୁଝାରୀ, ଓଡିଆ ଅଧ୍ୟାପିକା ମିନତି ମେହେର, ଅଧ୍ୟାପକ ସନ୍ତୋଷ ବୁଦ୍ଧିଆ, କର୍ମଚାରୀ ପ୍ରସନ୍ନ ଗଉଡ, ଗୋପିନାଥ ଥପା ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ଅଧ୍ୟାପକ ସୁରେଶ ଚନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିଥିଲେ । କଲେଜର ଅଧ୍ୟାପିକା ଅଧ୍ୟାପକ ମାନେ ଅବସର ନେଉଥିବା ଶ୍ରୀ ଗୌଡଙ୍କୁ ଉପଢୌକନ ଦେବା ସହ ବିଭିନ୍ନ ଉପହାର ମାନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ବିଦାୟୀ କର୍ମଚାରୀ ଶ୍ରୀ ଗୌଡ ଭାବ ବିହ୍ୱଳ ହୋଇ ସକାଳୁ ଉଠିବା ମାତ୍ରେ କଲେଜ ଆସିବା ପାଇଁ କିଭଳି ତପରର ହେଉଥିଲେ । ତାଙ୍କୁ ଦେହ ପା ଖରାପ ହେଲେ କଲେଜ ଆସି ନପାରିଲେ ତାଙ୍କୁ କେମିତି ବ୍ୟତିବ୍ୟସ୍ତ ଲାଗୁଥିଲା । କଲେଜ କୁ ମୁଁ ମୋ କର୍ମଭୂମି, ଘର, ମନ୍ଦିର ବୋଲି ବିବେଚନା କରୁଥିଲି । ଏଣୁ ମୁଁ ଏହି ଅନୁଷ୍ଠାନକୁ ମୋର ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାବୁଥିଲି ବୋଲି ତାଙ୍କ ବକ୍ତବ୍ୟରେ କହିବା ସହ କାନ୍ଦି ପକେଇଥିଲେ । କଲେଜର ସମସ୍ତ କର୍ମଚାରୀ ତାଙ୍କୁ ନର୍ଲା ସ୍ଥିତ ତାଙ୍କ ବାସ ଭବନ ଯାଏଁ ନେଇ ଛାଡି ଆସିଥିଲେ ।