ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବିଶିଷ୍ଟ ଶିକ୍ଷାବିତ୍, ସଇଁତଲା ବିଇଓ, କବି ଏବଂ ଅଭିନେତା ଗୋବର୍ଦ୍ଧନ ଭୋଇଙ୍କ ଆଜି ସକାଳେ ପରଲୋକ ଘଟିଛି। ସେ ଶିକ୍ଷା ବିଭାଗର ପଦସ୍ଥ ଅଧିକାରୀ ରହିବା ସହ ବିଭିନ୍ନ ସ୍ୱାଦର ସର୍ଟ ଫିଲ୍ମ ନିର୍ମାଣ, ମ୍ୟୁଜିକ ଆଲବମ ପ୍ରଯୋଜନା ସହିତ ଅଭିନୟ ଓ କଳା ଜଗତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ ବିୟୋଗରେ ଆଜି ବଲାଙ୍ଗୀର ଶିକ୍ଷା ଜିଲ୍ଲା ତଥା କଳାକାର ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି। ଅନ୍ତେଷ୍ଟି କର୍ମ ତାଙ୍କ ଭିଟାମାଟି ପାଟଣାଗଡ଼ ଠାରେ ଅନୁଷ୍ଠିତ ହେବ।