ବେଆଇନ ବାଲି ଉଠାଣ ବିରୋଧରେ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗାଁ କଛାରପଡା ଦେଇ ପ୍ରବାହିତ ହେଉଥିବା ମୁଟୁରା ନଦୀ କୂଳରୁ ବେଆଇନ୍ ଭାବେ ଶହ ଶହ ଟ୍ରିପ୍ ବାଲି ଉଠାଣ ହୋଇଛି। ଏହାକୁ ବନ୍ଦ କରିବା ସହ ବାଲି ମାଫିଆ ମାନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସୋମବାର କଛାରପଡାବାସୀ କୋକସରା ତହସିଲ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ ଚିକିଲି ଗ୍ରାମର ଜୈନେକ ବ୍ୟାକ୍ତି ଦିର୍ଘ ଦୁଇ ବର୍ଷ ହେଲା କଛାରପଡା ନିକଟ ମୁଟୁରା ନଦୀ ଘାଟରୁ ବିନା ରେଆଲ୍ଟିରେ ଟ୍ରାକ୍ଟର ଲଗାଇ ବେଆଇନ ଭାବେ ଦୈନିକ ଶହ ଶହ ଟ୍ରିପ୍ ବାଲି ବାଲି ନେଇ ଯାଉଛନ୍ତି। ପଡାବାସୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାରମ୍ବାର ମନା କରିଥିଲେ ମଧ୍ୟ କାହାରି କଥାକୁ ସୁଣ ନାହାନ୍ତି। ପ୍ରତିଦିନ ଟ୍ରିପ୍ ଟ୍ରିପ୍ ବାଲି ଉଠାଣ ଯୋଗୁଁ ବିରାଟା ଗାତ ହେବାସହ ନଦୀକୂଳ ଖାଇ ଗଲାଣି। ଯାହା ଫଳରେ କଛାରପଡାବାସୀଙ୍କ ମୁଣ୍ଡ ଉପରେ ବିପଦ ରହିଛି। ଏଣେ ବର୍ଷା ଦିନେ ମୁଟୁରା ନଦୀରେ ପ୍ରବଳ ପାଣି ପ୍ରଭାବିତ ହୋଇଥାଏ। ତେଣୁ ବେଆଇନ ବାଲି ଉଠାଣକୁ ବନ୍ଦ କରା ନଗଲେ ଆଗକୁ ବର୍ଷା ଦିନେ ବନ୍ୟା ଜଳରେ ଭାସି କଛାରପଡା ନିମଗ୍ନ ହୋଇ ଯିବାର ଆଶଙ୍କା ରହିଛି। ତେଣୁ ପଡାବାସୀ ବେଆଇନ୍ ବାଲି ଉଠାଣକୁ ବିରୋଧ କରି ଆଜି କୋକସରା ତହସିଲ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ। ଡମୁ ସୁନାନୀ, ଜଳନ୍ଧର ହାତୀ, ବୁଟୁ ମାଝୀ, ନିଲାମ୍ବର ସୁନାନୀ, ଜଳନ୍ଧର ବେମାଲ, ଗଣା କଟା, ଶିବାଜୀ ପୋଡ଼, ରମେଶ ନିଆଲ, ଭିକ ଶବର, ମହନ ଶବର, ରାମେଶ୍ବର ବେମାଲ, ସତ୍ୟ ରାଉତ, ଗଗନ ଶବର, ଭଗବାନ ରାଉତ, ରାମନାଥ ଶବର, ୠଷି ବେମାଲ, ବିର ବଗର୍ତ୍ତି, ତୁଲାରାମ ବଗର୍ତ୍ତି ସମେତ ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ବିଭାଗୀୟ ଅଧିକାରୀ ଧବଳେଶ୍ବର ବେହେରାଙ୍କୁ ପ୍ରଦାନ କରିଛନ୍ତି। ଏବଂ ତହସିଲଦାର କ୍ଷିରୋଦ ବିହାରୀ ଭାରତ ନାଗଙ୍କୁ ସାକ୍ଷାତ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ବେଆଇନ ବାଲି ଉଠାଣକୁ ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.