ଶିଶୁ ସୈନିକ ସ୍କୁଲରେ ଶୋକସଭା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ବିୟୋଗରେ ସଇଁତଲା ବ୍ଲକ ଟିକ୍ରାପଡ଼ା ଶିଶୁ ସୈନିକ ବିଦ୍ୟାଳୟରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତା ଓ ଛାତ୍ରୀ ଦର୍ଶିକା ଗଏଁତାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଶିକ୍ଷକ ପ୍ରହ୍ଲାଦ ସିନ୍ଧ୍ରୀଆ, ଦିଲ୍ଲୀପ ମିର୍ଦ୍ଧା, ନବକିଶୋର ନାଗ, ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗ, ବନ୍ଦନା ରଣା ଶ୍ରୀ ଭୋଇଙ୍କ ଆଦର୍ଶଞ ଓ କୃତି ସମ୍ବନ୍ଧରେ ଆଲୋଚନା କରିଥିଲେ | ଶ୍ରୀ ଭୋଇ ଜଣେ ବିଶିଷ୍ଟ କବି, ଅଭିନେତା | ଶିକ୍ଷା ବିଭାଗର ପଦସ୍ଥ ଅଧିକାରୀ ରହିବା ସହ ବିଭିନ୍ନ ସ୍ୱାଦର ସର୍ଟ ଫିଲ୍ମ ନିର୍ମାଣ, ମ୍ୟୁଜିକ ଆଲବମ ପ୍ରଯୋଜନା କ୍ଷେତ୍ରରେ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି | ତାଙ୍କ ବିୟୋଗରେ ସାହିତ୍ୟ, ଶିକ୍ଷା, କଳା ଜଗତ ସହ ଜଡ଼ିତ ସମସ୍ତ ବ୍ୟକ୍ତି ମର୍ମାହତ ବୋଲି ଵକ୍ତାଗଣ କହିଥିଲେ | ଶ୍ରୀ ଭୋଇଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.