ନୂତନ ବିଇଓଙ୍କୁ ଲାଞ୍ଜିଗଡ ପ୍ରାଥମିକ ଶିକ୍ଷକ ସଙ୍ଘର ସ୍ଵାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନୂତନ ଭାବେ ଯୋଗ ଦେଇଥିବା ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ରୁଷିଆ ମେହେରଙ୍କୁ ଲାଞ୍ଜିଗଡ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ସଂଘର ଏକ ପ୍ରତିନିଧିମଣ୍ଡଳ ବିଶ୍ୱନାଥପୁର ସ୍ଥିତ ବିଇଓ କାର୍ଯ୍ୟାଳୟକୁ ଯାଇ ଶ୍ରୀ ମେହେରଙ୍କୁ ସ୍ଵାଗତ କରିଥିଲେ। ଏଥିରେ ଜିଲ୍ଲା ସଭାନେତ୍ରୀ ଅର୍ଚ୍ଚନା ମିଶ୍ର, ଜିଲ୍ଳା କୋଷାଧକ୍ଷ ଶିବ ପ୍ରସାଦ ଦାସ, ଲାଞ୍ଜିଗଡ଼ ବ୍ଲକ୍ ସଭାପତି ପ୍ରମୋଦ କୁମାର ମହାନ୍ତି, ସଂପାଦକ ଏମ୍.ଏସ୍. ଶେଖର, ଉପ-ସଭାପତି ପ୍ରକାଶ ପ୍ରଧାନ ଓ ରତ୍ନାକର ଦୋରା, ଉପ-ସଭାନେତ୍ରୀ ମୋନାଲିସା ଜେନା, ବ୍ଲକ୍ ସଂଯୋଜକ ସୌଭାଗ୍ୟ ଗଞ୍ଜନ ସାହୁ, କୋଷାଧ୍ଯକ୍ଷ ଗୁରୁଗୋବିନ୍ଦ ମହାନ୍ତି, ଯୁଗ୍ମ ସଂପାଦକ ଜଳନ୍ଧର ମାଝୀ, ଶରତ ଚନ୍ଦ୍ର ସାହାଣୀ ଓ ଚିନ୍ମୟ ପ୍ରସାଦ ମୁଦୁଲି, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପଦ୍ମଲୋଚନ ସୁନା, ତପନ କୁମାର ଭୋଇ ଓ ସୁବାସ ନାୟକ, ବ୍ଲକ୍ କୋର କମିଟି ସଦସ୍ୟ ଜିତେନ୍ଦ୍ର ନାୟକ, ପରମେଶ୍ଵର ନାଏକ, ଚନ୍ଦନ ସାହୁ, ନରୋତ୍ତମ ନାଗ, ବିକ୍ରମ ମାଝୀ ଓ ହେମନ୍ତ ଛତର, ବରିଷ୍ଠ ଶିକ୍ଷକ ଜି. ଶଙ୍କର ଦାସ ଓ ଗଣେଶ୍ୱର ଠେଲା ପ୍ରମୁଖ ଉପସ୍ଥିତ ରହିଥିଲେ।

ଏଥିରେ ଏବିଇଓ ସୁଢଳଦେବ ମୁଣ୍ଡ ଓ ଭାରତ ଭୂଷଣ ସାହୁ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବ୍ଲକରେ ଶିକ୍ଷା ବ୍ୟବସ୍ଥାର ବିଭିନ୍ନ ସମସ୍ୟା ନେଇ ସଂଘ ପକ୍ଷରୁ ବିଇଓଙ୍କ ସହ ଆଲୋଚନା କରାଯାଇଥିଲା।

ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଠାରେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପାଇଁ ଶୌଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା ନ ଥିବାରୁ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା। ଏଥିସହ ପିଏମ୍ ପୋଷଣ (ମଧ୍ୟାହ୍ନ ଭୋଜନ) ବ୍ୟବସ୍ଥାର ମାସିକ ଖର୍ଚ୍ଚ, ଚାଉଳ ଓ ପାଚିକାମାନଙ୍କ ପାରିଶ୍ରମିକ ଠିକ ସମୟରେ ମିଳୁ ନଥିବାରୁ ଅନେକ ସମସ୍ୟା ହେଉଛି। ବ୍ଲକର ଅଧିକାଂଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ନ‌ଥିବାରୁ ଅନେକ ଅସୁବିଧା ଦେଖାଦେଉଛି। ଏଣୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଥିଲା।

ସେହିପରି ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଅବସରକାଳୀନ କାଗଜପତ୍ର ଗୁଡିକ ଶୀଘ୍ର ପ୍ରସ୍ତୁତ କରି ସେମାନଙ୍କ ପ୍ରାପ୍ୟ ଯଥାଶୀଘ୍ର ପ୍ରଦାନ କରିବା ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣ ସମ୍ପର୍କିତ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଉପରୋକ୍ତ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଇଓ ଶ୍ରୀ ମେହେର ପ୍ରତିଶ୍ରୁତି ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.