ବହୁ ପ୍ରତୀକ୍ଷାର ଅନ୍ତ : ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ମିଳିଲା ଶବ ବାହକ ଗାଡି

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ଶବ ବାହକ ଗାଡି ନ ଥିବାରୁ ହସ୍ପିଟାଲରେ କେହି ମୃତ୍ୟୁବରଣ କଲେ ଅବା ଅଞ୍ଚଳରେ କେଉଁଠି ଦୁର୍ଘଟଣାରେ ପ୍ରାଣ ହରାଇଲେ ମୃତକଙ୍କ ପରିବାର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ସ୍ବାସ୍ଥ୍ୟ କେନ୍ଦ୍ରର ଶବ ବ୍ୟବଚ୍ଛେଦ ଗୃହରେ ଶବ ବ୍ୟବଚ୍ଛେଦ ପରେ ଲୋକେ ବହୁତ ହଇରାଣରେ ନିଜ ସମ୍ପର୍କିୟଙ୍କ ମୃତଦେହକୁ ନେଉଥିଲେ। ଦୀର୍ଘ ଦିନରୁ ଏକ ଶବ ବାହକ ଗାଡି ପାଇଁ ସରକାରଙ୍କ ପାଖରେ ଦାବି କରି ଆସୁଥିଲେ ଅଞ୍ଚଳ ବାସୀ ଏ ନେଇ ମାନ୍ୟବର ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ତାଙ୍କ ର ବିଧାୟକ ପାଣ୍ଠିରୁ ଏକ ଶବ ବାହକ ଗାଡି ବା ସ୍ବର୍ଗ ରଥକୁ ଆଜି ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକାର୍ପଣ କରିଛନ୍ତି। ଏହି ସେବା ହେବା ଦ୍ବାରା ଅଞ୍ଚଳର ମୃତକ ପରିବାର ଲୋକେ ସୁବିଧାରେ ସ୍ବର୍ଗ ରଥ ପାଇପାରିବେ ବୋଲି ଆଶା କରାଯାଉଅଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.