ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଗ୍ରୀଷ୍ମ ଋତୁରେ ପାଣିର ସମସ୍ୟା ଦୂର କରିବା ନେଇ ମଙ୍ଗଳବାର କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ କୁସୁମଖୁଣ୍ଟି ଉଠା ଜଳସେଚନ ପ୍ରକଳ୍ପ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଓ ଗୃହପାଳିତ ପଶୁ ମାନଙ୍କ ପିଇବା ପାଣି ପାଇଁ ଉଠା ଜଳସେଚନ ଦ୍ବାରା କିଛି ଦିନ ବ୍ୟବଧାନରେ ଜଳ ଯୋଗାଣ କରିବା ପାଇଁ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ଋତୁ ପ୍ରବେଶ କରି ସାରିଛି, ଏମିତିରେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଅଞ୍ଚଳରେ ମାର୍ଚ୍ଚ ମାସ ଆରମ୍ଭରୁ ନଈ, ନାଲ, ପୋଖରୀ ସବୁ ଶିଖିବାକୁ ବସିଲାଣି। ଏହାର ପ୍ରଭାବ ଯୋଗୁଁ ଗୃହପାଳିତ ପଶୁ ମାନଙ୍କୁ ପିଇବା ପାଣି ମିଳୁନାହିଁ, ଲୋକମାନଙ୍କ ଶୈଚ, ଗାଧୋଇବା ଇତ୍ୟାଦି ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ପାଇଁ ଜଳ ସଂକଟ ଦେଖାଦେଲାଣି। ପାଣି ସମସ୍ୟାକୁ ଦୂର କରିବା ପାଇଁ ବ୍ଳକ ପ୍ରଶାସନ ମଧ୍ୟ ଚେଷ୍ଟା ଜାରି ରଖିଛି। ଏଭଳି ପରିସ୍ଥିତିରେ ନିତ୍ୟ ବ୍ୟବହାର୍ଯ୍ୟ ଓ ଗୃହପାଳିତ ପଶୁ ମାନଙ୍କ ପିଇବା ପାଇଁ ପାଣି ଉଠା ଜଳସେଚନ ଦ୍ବାରା କିଛି ଦିନ ବ୍ୟବଧାନରେ ଜଳ ଯୋଗାଣ କରିବା ନେଇ ଆଜି ବ୍ଳକ ଉପାଧ୍ୟକ୍ଷ ଶ୍ରୀଅଗ୍ରୱାଲ କୁସୁମଖୁଣ୍ଟି ଉଠା ଜଳସେଚନ ପ୍ରକଳ୍ପ ଅଧିକାରୀଙ୍କ ପାଖରେ ଦାବି କରିଛନ୍ତି।





