ସିଉନୀଠାରେ ଭୈରବ ଦେବଙ୍କ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ସିଉନୀଠାରେ ଭତରା ଜାତିର କୂଳ ଦେବତା ଭୈରବ ଦେବଙ୍କ ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଛି। କଳାହାଣ୍ଡି ଜିଲ୍ଲା ଭତରା ସମାଜର ସଭାପତି କୈଳାଶ ଚନ୍ଦ୍ର ମାଝୀଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ଉତ୍ସବରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଶିକ୍ଷାବିତ ତଥା ନାଟଗୁରୁ ବନମାଳୀ ମାଝୀ ମୁଖ୍ୟବକ୍ତା, ଗୋପିଚନ ନାଏକ, କ୍ଷିରୋଦ ଚନ୍ଦ୍ର ମାଝୀ, ନିଳକଣ୍ଠ ମାଝୀ, ଗରୁଡଧ୍ବଜ ମାଝୀ, ରଣସାଏ ମାଝୀ, ସୁଧୀର ପାତ୍ର, ମୀନକେତନ ଦଳପତି, ଚନ୍ଦ୍ରକାନ୍ତ ପୁଝାରୀ, ଗୋପାଳ ଚନ୍ଦ୍ର ପୁଝାରୀ, ବୃନ୍ଦାବନ ପୁଝାରୀ, ବଂଶିଧର ଚଲାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ମନ୍ଦିରର ମୁଖ୍ୟ ପୁଜକ ହିମାଞ୍ଚଳ ପୁଝାରୀଙ୍କ ଘରୁ ଜୋଗାର ଆସିବା ପରେ ଭୈରବ ଦେବଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଜାତିର ପତାକା ଉତ୍ତୋଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିବା। ଏହି କ୍ରମରେ ଅତିଥି ମାନଙ୍କ ଦ୍ଵାରା ନୂତନ ଭାବରେ ନିର୍ମିତ ଭୈରବ ଭବନର ଶୁଭ ଉଦଘାଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଋତୁରାଜ ମାଝୀ ଓ ସୁଧୀର ଧଙ୍ଗଡମାଝୀ ପରିଚାଳନା କରିଥିବାବେଳେ ଭୁବନେଶ୍ୱର ଦିଶାରୀ, ପରମେଶ୍ବର ଧଙ୍ଗଡାମାଝୀ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.