ଚନ୍ଦ୍ରଭାନୁ ହାଇସ୍କୁଲ ପକ୍ଷରୁ ନୂତନ ବିଇଓଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକରେ ନୂତନ ଭାବେ ଯୋଗଦେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟିଙ୍କୁ ମଙ୍ଗଳବାର ଚିକିଲି ଚନ୍ଦ୍ରଭାନୁ ହାଇସ୍କୁଲ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଳୟ ବାଘଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନୂତନ ବିଇଓ ମହେଶ କୁମାର ଭାଟି, ସିଆରସିସି ପ୍ରଶାନ୍ତ ଶବର ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଚନ୍ଦ୍ରଭାନୁ ହାଇସ୍କୁଲରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ଶ୍ରୀଭାଟି ବର୍ତ୍ତମାନ କୋକସରାରେ ବିଇଓ ଭାବରେ ଯୋଗଦେଇ ଥିବାରୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଖୁସିବ୍ୟକ୍ତ କରିଥିଲେ। ଶିକ୍ଷକ ଚିତ୍ତରଞ୍ଜନ ମହାନ୍ତିଙ୍କ ସଂଜୋନାରେ ଶିକ୍ଷକ ସର୍ବଶ୍ରୀ ପଦ୍ମନ ସାହୁ, ଶିକ୍ଷୟିତ୍ରୀ ଗାୟତ୍ରୀ କୁମାରୀ ଷଡ଼ଙ୍ଗୀ, ଚନ୍ଦ୍ରୀକା ପ୍ରଧାନ, ବର୍ଷାରାଣୀ ସାହୁ, ଶିକ୍ଷକ ଜ୍ୟୋତି ପ୍ରକାଶ ମହାନନ୍ଦ, କଳ୍ପନା ଶବର, ଦିବ୍ୟା ଶବର, ଦିବାକର ଦାସ, ଦୀନବନ୍ଧୁ ଗିରି, ଭବାନୀ ଶଙ୍କର ଶବର, ଶାରଦା ପ୍ରସାଦ ସାହୂ, ପଦ୍ମନାଭ ଛତ୍ରିଆ, ସୁଗ୍ରୀସେନ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ସହ ମିଶି ନୂତନ ବିଇଓଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି କ୍ରମରେ ବିଇଓ ଶ୍ରୀଭାଟି ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାର୍ତ୍ତା ପ୍ରଦାନ ସହ ବ୍ଲକ ଶିକ୍ଷା ବିଭାଗର ଉନ୍ନତି ପାଇଁ ନିଜର ପ୍ରତିବଦ୍ଧତା ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.