ଗୁଣି ଗାରେଡ଼ି ସନ୍ଦେହରେ ଗୋଷ୍ଠୀ ସଂଘର୍ଷ: ଗଡ଼ିଲା ଜଣକର ମୁଣ୍ଡ, ୪ ଗୁରୁତର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୈାଡ): ଅନ୍ଧ ବିଶ୍ବାସର କୁ ପରିଣତି, ମୁଣ୍ଡ ନେଲା ସନ୍ଦେହ। ଆଜିର ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ରକୁ ପହଞ୍ଚି ସାରିଲାଣି, ହେଲେ ଦୂର ହୋଇନାହିଁ ଅନ୍ଧ ବିଶ୍ବାସ।ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଆଠଗାଁରୁ ଆସୁଛି ବଡ଼ ଖବର। ଗୁଣି ଗାରେଡ଼ି ସନ୍ଦେହକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୁଣ୍ଡ ଗଡ଼ିଛି। ମୃତକ ଜଣକ ସ୍ଥାନୀୟ ଆଠଗାଁର ଶ୍ୟାମ ବାଗ ହୋଇଥିବା ବେଳେ ଉଭୟ ପକ୍ଷର ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି। ଶ୍ୟାମଙ୍କୁ ଟାଙ୍ଗିଆରେ ବିଭତ୍ସ ଭାବରେ ହତ୍ୟା କରାଯାଇଛି। ଗୁରୁତର ମାନଙ୍କୁ ତୁଷୁରା ଥାନା ପୋଲିସ ଉଦ୍ଧାର କରି ପ୍ରଥମେ ଗୁଡ଼ଭେଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲା। ସମସ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଆଠଗାଁର ବାଲ ଗୋପାଳ ରଣା ଗତକାଲି ସନ୍ଧ୍ୟା ପାଖାପାଖି ୭ ଟା ସମୟରେ ଗୁଣି ଗାରେଡ଼ି ସନ୍ଦେହରେ ଶ୍ୟାମ ବାଗ ଓ ପରିବାରର ଦୁଇ ଜଣଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିବା ବେଳେ ଶ୍ୟାମଙ୍କ ପରିବାର ପଟରୁ ମଧ୍ୟ ବାଲ ଗୋପାଳ ଓ ତାଙ୍କ ମାଁଙ୍କୁ ଆକ୍ରମଣ ହୋଇଥିଲା। କିଛି ସମୟରେ ବାଲ ଗୋପାଳଙ୍କ ଆକ୍ରମଣରେ ଶ୍ୟାମଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲ ଗୋପାଳ ଓ ତାଙ୍କ ମାଁ ସହ ଶ୍ୟାମଙ୍କ ପରିବାର ଦୁଇ ଜଣ ଗୁରୁତର ହାଇ ଯାଇଥିଲେ। ଅନ୍ୟପଟେ ଘଟଣାର ମୂଳ କାରଣ ହେଉଛି ଗୁଣି ଗାରେଡ଼ି, ଯାହା ଫଳରେ ଏହି ତୁମୂଳ କାଣ୍ଡ ଘଟିଛି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଶରତ ରଣା ଫେରାର ଅଛି, ଘଟଣାକୁ ନେଇ ତୁଷୁରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.